ଖେଳ

ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକପ୍ରାପ୍ତ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତ

ଜୁନ୍‌: ବ୍ୟାଙ୍ଗ୍‌କକ୍‌ରେ ଅନୁଷ୍ଠିତ ୧୯୯୮ ସଂସ୍କରଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ‘ବ୍ୟାଣ୍ଟମ୍‌ୱେଟ୍‌’ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ଯକୃତ୍‌ରେ କର୍କଟରୋଗଜନିତ ଅସୁସ୍ଥତା ଯୋଗୁଁ ୨୦୧୭ରୁ ସେ ଚିକିତ୍ସାଧୀନ ଥିଲେ।

ଗତବର୍ଷ ସେ କୋଭିଡ୍‌-୧୯ ପଜିଟିଭ୍‌ ହେବାରୁ ତାଙ୍କର ସ୍ବାସ୍ଥ୍ୟ ପାଇଁ ଆହୁରି ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ, ୪୧ ବର୍ଷିୟ ଡିଙ୍କୋ କୋଭିଡ୍-୧୯ରୁ ସୁସ୍ଥ ହୋଇଥିଲେ।

ଇମ୍ଫାଲ୍‌ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଡିଙ୍କୋ ୨୦୨୦ ଜାନୁଆରିରେ ଦିଲ୍ଲୀସ୍ଥିତ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଲିଭର୍‌ ଆଣ୍ଡ୍‌ ବାଇଲିଆରି ସାଇନ୍‌ସେସ୍‌’ରେ ବିକିରଣ ଚିକିତ୍ସା କରାଇଥିଲେ। ଏପ୍ରିଲ୍‌ ମାସରେ ସ୍ବାସ୍ଥ୍ୟାବସ୍ଥା‌ରେ ଅବନତି ଘଟିବାରୁ ବିମାନ ଯୋଗେ ପୁନଶ୍ଚ ତାଙ୍କୁ ଉପରୋକ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେତେବେଳକୁ ସେ କାମଳ ରୋଗଦ୍ବାରା (ଜଣ୍ଡିସ୍‌) ଆକ୍ରାନ୍ତ ହୋଇସାରିଥିଲେ।

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ୧୯୯୮ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୩ରେ ଦେଶର ଚତୁର୍ଥ-ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଥିଲା।

ଜଣେ କୋଚ୍‌ ଭାବେ ସେ ଭାରତୀୟ ନୌସେନାରେ ନିଯୁକ୍ତି ପାଇଥିଲେ, କିନ୍ତୁ ଅସୁସ୍ଥତା ଯୋଗୁଁ ସେ ଘରେ ରହିବାକୁ ବାଧ୍ୟ ହୋଇଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ