ମନୋରଞ୍ଜନ

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିବାକୁ ହାଇଦ୍ରାବାଦରୁ ମୁମ୍ବାଇ ପଦଯାତ୍ରାରେ ବାହାରିଲେ ଯୁବକ

ହାଇଦ୍ରାବାଦ ୦୮/୦୬ : ତେଲେଙ୍ଗାନା ବିକାରବାଦ ଜିଲ୍ଲାର ଇଣ୍ଟରମିଡିଏଟର ଜଣେ ଛାତ୍ର ଅଭିନେତା ସୋନୁ ସୁଦଙ୍କୁ ସାକ୍ଷାତ କରିବାକୁ ହାଇଦ୍ରାବାଦରୁ ମୁମ୍ବାଇ ଚାଲି ଚାଲି ଆସୁଛନ୍ତି । ଦୋମା ମଣ୍ଡଳ ସ୍ଥିତ ଦୋରାନପଲ୍ଲି ଗାଁର ଭେଙ୍କଟେସ ଇଣ୍ଟରମିଡିଏଟ ଦ୍ୱିତୀୟ ବର୍ଷ ଛାତ୍ର । ଟଙ୍କା ମା’ଙ୍କ ଦେହାନ୍ତ ହୋଇଯାଇଛି । ବାପା ଅଟୋ ରିକ୍ସା ଚଳାନ୍ତି ।

ଭେଙ୍କଟେସଙ୍କ ପିତା ଫାଇନାନ୍ସରେ ଏକ ଅଟୋ ରିକ୍ସା ଆଣିଥିଲେ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ତାଙ୍କ ଅଟୋ ବେଶୀ ଚାଲୁନି । ପରିବାରରେ ଋଣ ବୋଝ ବଢ଼ିବାରେ ଲାଗିଛି । ଘର ଚଳାଇବା ମୁସ୍କିଲ ହୋଇଗଲାଣି । ଅଟୋର କିସ୍ତି ଦେଇ ପାରିନଥିବାରୁ ଫାଇନାନ୍ସ କମ୍ପାନୀ ଆସି ଅଟୋ ନେଇଗଲେ । ପିତାଙ୍କ ଏହିଭଳି ଅବସ୍ଥା ଦେଖି ଭେଙ୍କଟେସ ନିରାଶ ହୋଇଗଲେ ।

ଭେଙ୍କଟେସ ସୋନୁ ସୁଦଙ୍କ ବଡ ପ୍ରଶଂସକ । କରୋନା ମହାମାରୀ ସମୟରେ ସୋନୁ ସୁଦ ଯେଉଁଭଳି ଲୋକଙ୍କୁ ସାହାଯ୍ୟ କରିଛନ୍ତି, ସେଥିପାଇଁ ଭେଙ୍କଟେସ ସୋନୁଙ୍କୁ ଭଗବାନ ଭଳି ପୂଜା କରନ୍ତି । ସେ ନିଷ୍ପତ୍ତି ନେଇଛନ୍ତି ଯେ ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇ ଯିବେ ଓ ସେଠାରେ ସୋନୁ ସୁଦଙ୍କୁ ସାକ୍ଷାତ କରିବେ । ସୋନୁଙ୍କୁ ଭେଟି ସେ ନିଜ ଦୁଃଖ ଜଣାଇବେ ଓ ସାହାଯ୍ୟ ମାଗିବେ ।

ଭେଙ୍କଟେସ କହିଛନ୍ତି, ସୋନୁ ସୁଦ ତାଙ୍କୁ ସାହାଯ୍ୟ କରନ୍ତୁ କି ନ କରନ୍ତୁ, ଅନ୍ୟମାନଙ୍କୁ ସବୁବେଳେ ସାହାଯ୍ୟ କରୁଥାନ୍ତୁ । ମୁମ୍ବାଇ ଯିବା ରାସ୍ତାରେ ଯେଉଁଠି ବି ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ପଡେ ସେ ସେଠାରେ ସୋନୁ ସୁଦଙ୍କ ପାଇଁ ପ୍ରାର୍ଥନା କରନ୍ତି । ଭେଙ୍କଟେସ ସୋନୁ ସୁଦଙ୍କ ପ୍ଲାକାର୍ଡ଼ ଧରି ହାଇଦ୍ରାବାଦର ପଟାନଚେରୁରୁ ମୁମ୍ବାଇ ପଦଯାତ୍ରା ଆରମ୍ଭ କରିଛନ୍ତି । ହାଇଦ୍ରାବାଦରୁ ମୁମ୍ବାଇ ୭୦୦ କିଲୋମିଟର । ସେ କହିଛନ୍ତି ସେ ଯେତେବେଳେ ହାଲିଆ ହୋଇଯାଆନ୍ତି ସୋନୁ ସୁଦଙ୍କୁ ମନେପକାନ୍ତି । ପୁଣି ତାଙ୍କର ଜୋସ ଆସିଯାଏ ଓ ସେ ପୁଣି ଚାଲିବା ଆରମ୍ଭ କରିଦିଅନ୍ତି ।

ଭେଙ୍କଟେସଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଭିଡିଓ ସୋନୁ ସୁଦଙ୍କ ପାଖକୁ ପହଞ୍ଚି ଯାଇଛି | ସେ ଫେସବୁକରେ ଭେଙ୍କଟେସଙ୍କ ଭିଡିଓ ସେୟାର କରି କହିଛନ୍ତି, ‘ମୋତେ ଏତେ ଭଲପାଉଥିବାରୁ ବହୁତ ବହୁତ ଧନ୍ୟବାଦ । କିନ୍ତୁ ନିଜ ଜୀବନକୁ ଏମିତି ବିପଦରେ ପକାଅନି । ମୁଁ ଜାଣିଚି ମୋତେ ବହୁତ ଲୋକ ଭଲପାଆନ୍ତି । ସେ ସମସ୍ତଙ୍କ ପ୍ରତି ମଧ୍ୟ ମୋର ସ୍ନେହ ଓ ଭଲପାଇବା ରହିଛି ।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ