ଖେଳ

ମିଲ୍‌ଖା ସିଂହଙ୍କ ମୃତ୍ୟୁ ଗୁଜବ

ଚଣ୍ଡିଗଡ: କରୋନା‌ ନେଗେଟିଭ୍ ‌ହୋଇ ଡାକ୍ତରଖାନାରୁ ଛାଡ଼ ପାଇବା ପରେ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ମହାନ ଧାବକ ମିଲ୍‌ଖା ସିଂହ ପୁନର୍ବାର ଚଣ୍ଡିଗଡର ପିଜିଆଇଏମଆର୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପ୍ରତି ସ୍ଥିର ରହିଛି। ତିନି ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚକିତ୍ସିତ ହେଉଛନ୍ତି ସେ। ତେବେ ଫ୍ଲାଇଂ ଶିଖ ଭାବେ ପରିଚିତ ମିଲ୍‌ଖା‌ଙ୍କୁ ନେଇ ସାମାଜିକ ଗଣମାଧ୍ୟରେ ଶନିବାର ସକାଳୁ ବହୁତ ଖରାପ ଖବର ଆସିଥିଲା। କରୋନାରେ ତାଙ୍କର ପର‌ଲୋକ ହୋଇଯାଇଛି ବୋଲି ମିଥ୍ୟା ଗୁଜବ ସୃଷ୍ଟି କରାଯାଇଥିଲା। ଫଳରେ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ମର୍ମାହତ ‌ହୋଇଥିଲେ। ଏହି ଖବର ନିଆଁ ଭଳି ବ୍ୟାପିବା ପରେ ଡାକ୍ତରଖାନା ତରଫରୁ ଅପରାହ୍ନରେ ତାଙ୍କୁ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା। ୯୧ ବର୍ଷୀୟ ମିଲଖା ସଂପୂର୍ଣ୍ଣ ଠିକ୍ ଅଛନ୍ତି ଏବଂ ସବୁ ଚିକିତ୍ସାକୁ ନେଇ ସନ୍ତୋଷଜନକ ପ୍ରତିକ୍ରିୟା ଦେଉଛନ୍ତି ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଥିଲା। ଏପରିକି ଡାକ୍ତରଖାନା ତରଫରୁ ତାଙ୍କୁ ନେଇ ଏକ ଭିଡିଓ ମଧ୍ୟ ପ୍ରକାଶ କରାଯାଇଥିଲା।

ସୂଚନାଯୋଗ୍ୟ ସେ ଗତମାସରେ କରୋନା ପଜିଟିଭ୍ ଆସିବା ପରେ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ୬ ଦିନ ରହିଥିଲେ ମିଲ୍‌ଖା। ପରିବାରର ଅନୁରୋଧକ୍ରମେ ଡାକ୍ତରମାନେ ତାଙ୍କୁ ସେଠାରୁ ଛାଡ଼ି ଦେଇଥିଲେ। ତେବେ ପୁନର୍ବାର ସେ ଗତ ୩ ତାରିଖରେ ପିଜିଆଇଏମଆର୍‌ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ଯାହା ତାଙ୍କ ପରିବାର, ପ୍ରଶଂସକ ଓ ସମର୍ଥକଙ୍କୁ ଚିନ୍ତାରେ ପକାଇଥିଲା। ମିଲଖାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଥିଲା ବେ‌ଳେ ମୋହାଲିର ଆଉ ଏକ ଡାକ୍ତରଖାନାର ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ନେଇ କୌଣସି ଗୁଜବ ସୃଷ୍ଟି ନକରିବାକୁ କ୍ରୀଡ଼ା ମନ୍ତ୍ରୀ କୀରଣ ରିଜିଜୁ ଶନିବାର କହିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ