ମନୋରଞ୍ଜନ

ମିଛ ପରିଚୟ ପତ୍ର ପ୍ରସ୍ତୁତ କରି ଟିକା ନେଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ମିଛ ପରିଚୟ ପତ୍ର ପ୍ରସ୍ତୁତ କରି କୋଭିଡ ଟିକା ନେଲେ ଅଭିନେତ୍ରୀ | ଆଉ ଯାଞ୍ଚ ବେଳେ ଜଣାପଡ଼ିବାରୁ ଏବେ ଅସୁବିଧାରେ ପଡିଯାଇଛନ୍ତି ଲୋକପ୍ରିୟ ଧାରାବାହିକ ‘ଭାବି ଜୀ ଘର ପର ହେ’ର ଅନୀତା ବୋହୂ ଚରିତ୍ରରେ ଅଭିନୟ କରୁଥିବା ସୌମ୍ୟା ଟଣ୍ଡନ୍ | ଏକ ଜାଲ୍ ଆଇଡି(ପରିଚୟ ପତ୍ର) ତିଆରି କରି ସୌମ୍ୟା କୋଭିଡ୍ ଟିକା ନେଇଥିବା ମାମଲା ସାମ୍ନାକୁ ଆସିଛି ।

ଥାନେ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ଆଇଡି କାର୍ଡ ଯାଞ୍ଚ ସମୟରେ ଏହା ପ୍ରକାଶ ପାଇଛି। ଅଭିଯୋଗ ହୋଇଛି ଯେ ଅଭିନେତ୍ରୀ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିଚୟ ପତ୍ର ତିଆରି କରି ନିଜେ କୋଭିଡ଼ର ପ୍ରଥମ ଟିକା ନେଇଥିଲେ । ଏବେ ସୌମ୍ୟା ଟଣ୍ଡନ ଟ୍ୱିଟ୍ କରି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥି ସହିତ ମ୍ୟୁନିସିପାଲିଟି କର୍ପୋରେସନର ଅନୁସନ୍ଧାନରେ ମଧ୍ୟ ଏହା ସାମ୍ନାକୁ ଆସିଛି ଯେ ୪୫ ବର୍ଷରୁ କମ୍ ୨୧ ଜଣ ମଧ୍ୟ ଜାଲିଆତି କରି ଟିକା ନେଇଛନ୍ତି |

ସୌମ୍ୟା ଟ୍ୱିଟ କରି ଲେଖିଛନ୍ତି ଯେ କିଛି ମିଡ଼ିଆ ସଂସ୍ଥା ରିପୋର୍ଟ କରୁଛନ୍ତି ଯେ ମୁଁ ଅବୈଧ ଭାବରେ ଟିକା ନେଇଛି | ଯାହାକି ସମ୍ପୂର୍ଣ୍ଣ ଭାବରେ ଅମୂଳକ | ମୁଁ ମୋର ଘର ପାଖରେ ଥିବା ଏକ ଟୀକାକରଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ନିୟମ ଅନୁସାରେ ପ୍ରଥମ ଡୋଜ ଟିକା ନେଇଛି |

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ