ଖେଳ

ଡାକ୍ତରଖାନାରୁ ଛାଡ଼ ପାଇଲେ ମିଲଖା

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କିଂବଦନ୍ତି ଭାରତୀୟ ଧାବକ ମିଲ୍‌ଖା ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ପରିବାରର ଅନୁରୋଧ କ୍ରମେ ଡାକ୍ତରଖାନା ପକ୍ଷରୁ ୯୧ ବର୍ଷୀୟ ମିଲ୍‌ଖାଙ୍କୁ ରବିବାର ଡିସ୍‌ଚାର୍ଜ କରାଯାଇଛି। ସେ ଘରକୁ ଫେରିଥିଲେ ମଧ୍ୟ ଅମ୍ଳଜାନ ସହାୟତାରେ ରହିବେ। କରୋନା ଆକ୍ରାନ୍ତ ତାଙ୍କ ପତ୍ନୀ ୮୨ ବର୍ଷୀୟ ନିର୍ମଳା କୌରଙ୍କ ଅମ୍ଲଜାନ ସ୍ତର କମିବାରୁ ଶନିବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିର୍ମଳାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ମିଲ୍‌ଖା ଗତ ସୋମବାର ଏବଂ ନିର୍ମଳା ବୁଧବାର ‌ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଉଭୟ କରୋନା ନିମୋନିଆରେ ପୀଡ଼ିତ ଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ