ଖେଳ

ରିୟଲ୍ ମାଡ୍ରିଡ୍‌ ଛାଡିଲେ ଜିଦାନ୍‌

ମାଡ୍ରିଡ୍‌: ଆଟଲେଟିକୋ ମାଡ୍ରିଡ ନିକଟରୁ ଲା’ ଲିଗା ଟ୍ରଫି ଟକ୍କରରେ ହାରିଯିବାର ୫ ଦିନ ପରେ ଜିନେଦିନ୍ ଜିଦାନ୍‌ ରିୟଲ୍ ମିଡ୍ରିଡ୍‌ର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ବିଶ୍ବକପ୍‌ ବିଜେତା ଏହି ଫ୍ରାନ୍ସ କିଂବଦନ୍ତି ୨୦୧୬ରୁ ଦୁଇଟି ପର୍ଯ୍ୟାୟରେ ଦାୟିତ୍ବ ନେଇ ରିୟଲ୍ ମାଡ୍ରିଡ୍‌କୁ ୨ ଥର ଲିଗ୍‌ ଟାଇଟଲ୍ ଓ ୩ ଥର ଚାମ୍ପିଅନ୍ସ ଲିଗ୍ ମୁକୁଟ ବିଜେତା କରାଇଥିଲେ। ଗୁରୁବାର କ୍ଲବ୍ ପକ୍ଷରୁ ଘୋଷଣା କରାଯାଇଥିଲା ‘ଜିଦାନ ତାଙ୍କ ବର୍ତମାନର କାର୍ଯ୍ୟାକାଳକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି’। ତାଙ୍କ ନିଷତ୍ତିକୁ ଆମେ ସମ୍ମାନ ଜଣାଉଛୁ ଏବଂ କ୍ଲବ୍ ପ୍ରତି ତାଙ୍କ ପେସାଦାର, ଉତ୍ସର୍ଗୀକୃତ ମନୋଭାବ ପାଇଁ କୃତଜ୍ଞତା ଜଣାଉଛୁ। ଜିଦାନ୍ ଆମର ଅନ୍ୟତମ ସର୍ବକାଳୀନ ମହାନ। ଖେଳାଳି ଓ ପ୍ରଶିକ୍ଷକ ଭାବେ ସେ କ୍ଲବ୍‌କୁ ଆଶାଠାରୁ ଅଧିକ ଦେଇଛନ୍ତି। ସେ କ୍ଲବ୍ ସମର୍ଥକଙ୍କ ହୃଦୟରେ ରହିଛନ୍ତି ଏବଂ ରିୟଲ୍ ମାଡ୍ରିଡ୍‌ ନିଶ୍ଚିତ ତାଙ୍କ ପାଇଁ ଘର ହୋଇ ରହିବ ବୋଲି ଏହି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ