ଖେଳ

ବଜରଙ୍ଗ ଚାହାନ୍ତି ଅଲିମ୍ପିକ୍ସ ହେଉ

ମୁମ୍ବାଇ: ସମଗ୍ର ବିଶ୍ବରେ କୋଭିଡ୍-୧୯ର ଲହର ପରେ ଲହର ଭୟଙ୍କର ଭାବେ ମାଡ଼ି ଚାଲିଥିଲା ବେଳେ ଆୟୋଜକ ଦେଶ ଜାପାନରେ ବି ଏଥିଲାଗି ଜାରି କରିଥିବା ଜରୁରୀକଳୀନ ପରିସ୍ଥିତିକୁ ତୃତୀୟ ଥର ପାଇଁ ବଢ଼ାଇଛି। ଏସବୁ ସତ୍ତ୍ବେ ସ୍ଥାନୀୟ ଆୟୋଜନ ସମିତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ନିର୍ଦ୍ଧାରିତ ସମୟରେ ହେବ ବୋଲି ଦମ୍ଭ କରିଛନ୍ତି। ଏହି ନିଷ୍ପତ୍ତିକୁ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ସମର୍ଥନ କରିଛନ୍ତି। ଅଲିମ୍ପିକ୍ସ ନେଇ ଚାଲିଥିବା ଦ୍ବନ୍ଦ୍ବ ଓ ସଂଶୟ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଜଣେ ଖେଳାଳି ଭାବେ ମୁଁ ଚାହିବି ଅଲିମ୍ପିକ୍ସ ହେଉ। କେବଳ ମୁଁ ନୁହେଁ କୌଣସି ଖେଳାଳି କହି ପାରିବେ ନାହିଁ ଯେ ଅଲିମ୍ପିକ୍ସ ବାତିଲ ହୋଇଯାଉ ବୋଲି ସେ ଚାହନ୍ତି। ଗତ ୧୮ ମାସ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା ବୋଲି କିନ୍ତୁ ୬୫ କିଲୋଗ୍ରାମ ବର୍ଗରେ ବିଶ୍ବର ଏକ ନମ୍ବର କୁସ୍ତି ତାରକା ବଜରଙ୍ଗ ସ୍ବୀକାର କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତର ୮ ଜଣିଆ କୁସ୍ତି ଦଳ ଅଂଶଗ୍ରହଣ କରିବ। ଏହି ଦଳ ପୂର୍ବାପେକ୍ଷା‌ ଭଲ କରିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ସେ।

‘‘ଆମେ ସବୁବେଳେ ଅଲିମ୍ପିକ୍ସ ପଦକ କଥା କହୁଛେ। ଏଥିଲାଗି ଆମକୁ କିନ୍ତୁ ଆମ ଖେଳାଳିଙ୍କୁ କନିଷ୍ଠ ସ୍ତରରୁ ସହଯୋଗ କରିବାକୁ ପଡ଼ିବ। ଯଦି କମ୍ ବୟସରୁ ପିଲାମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଓ ପ୍ରଶିକ୍ଷଣ ମିଳିବ, ତାହେଲେ ଆମେରିକା ଭଳି ଭାରତ ମଧ୍ୟ ଏକ ଶକ୍ତିଶାଳୀ ଅଲିମ୍ପିକ୍ସ ରାଷ୍ଟ୍ର ହୋଇପାରିବ’’ ବୋଲି ବଜରଙ୍ଗ କହିଛନ୍ତି। ଗତ ଦେଢ଼ବର୍ଷ ହେବ ସମ୍ମୁଖୀନ ହୋଇଥିବା ବିଭିନ୍ନ ପ୍ରତିବନ୍ଧକ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ୨୭ ବର୍ଷୀୟ ବଜରଙ୍ଗ ଆହୁରି କହିଥିଲେ ଯେ କରୋନା ପାଇଁ ବିଭିନ୍ନ ପ୍ରତିଯୋଗିତା ବନ୍ଦ ରହିଥିବାରୁ ଅଭ୍ୟାସ ବେଳେ ଶକ୍ତିଶାଳୀ ପ୍ରତିପକ୍ଷ ପାଇବା ମୋ ପାଇଁ କଷ୍ଟକର ହୋଇଥିଲା। ଏଥିରେ ଅବଶ୍ୟ ମୋ ପ୍ରଶିକ୍ଷକ ମୋତେ ‌ଢେର ସହଯୋଗ କରିଥିଲେ। ମୋ ବର୍ଗରେ ୧୦ରୁ ୧୨ ଜଣ ବିଶ୍ବସ୍ତରୀୟ କୁସ୍ତିଯୋଦ୍ଧା ଅଛନ୍ତି। ଆଉ ସମସ୍ତେ ବେଶ୍ ପ୍ରତିଭାଶାଳୀ। ଜଣେ କାହାକୁ ଫେବରିଟ୍ କହିହେବନି। ଅଲିମ୍ପିକ୍ସ ପୂର୍ବରୁ‌ ମୋତେ ଆହୁରି ଅଭ୍ୟାସ ଦରକାର। ସେଥିପାଇଁ ପୋଲାଣ୍ଡରେ ଆୟୋଜିତ ହେବାକୁ ଥିବା ରୢାଙ୍କିଙ୍ଗ ଶୃଙ୍ଖଳାରେ ମୁଁ ଅଂଶ ଗ୍ରହଣ କରିବି ନାହିଁ। କାରଣ ମୁଁ ଏବେ ମ୍ୟାଟ୍ ଉପରେ ଅଧିକ ସମୟ କଟାଇବାକୁ ଚାହୁଛି। ମୁଁ ଏହି ସମୟରେ ମୋ ପ୍ରଶିକ୍ଷକ ଶାକୋ ବେନତିନିଦିସ (ଜର୍ଜିୟା)ଙ୍କ ସହ ରୁଷିଆ ଯାଇ ସେଠାରେ ଅଭ୍ୟାସ କରିବି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ