ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ନାଁ ବଦଳି ହେଲା ‘ଲକ୍ଷ୍ମୀ’

ନୂଆଦିଲ୍ଲୀ ୩୦/୧୦: ବଦଳିଗଲା ଫିଲ୍ମ ‘ଲକ୍ଷ୍ମୀ ବମବ’ର ନାଁ। ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏ ସିନେମାର ନାଁ ଏବେ ହେଲା ‘ଲକ୍ଷ୍ମୀ’। ସାମାଜିକ ଗଣମାଧ୍ୟମରେ ଫିଲ୍ମର ନାଁକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଏହା ସହ ବ୍ୟାନ୍ ଲକ୍ଷ୍ମୀ ବମ୍‌ବ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା। ରାଘବ ଲରେନ୍ସଙ୍କ ନିର୍ଦେଶିତ ଏ ସିନେମା ଗୁରୁବାର ସେନସର ସାର୍ଟିଫିକେଟ୍ ପାଇଁ ଯାଇଥିଲା ଓ ସ୍କ୍ରିନିଂ ପରେ ନିର୍ମାତା ସିବିଏଫସି ସହ କଥାବାର୍ତା କରିବା ପରେ ଫିଲ୍ମର ନାଁ ବଦଳାଇବା ନେଇ ନିଷ୍ପତ୍ତି ନେଲେ।

ତମାମ ବିବାଦ ମଧ୍ୟରେ ଏ ଫିଲ୍ମର ଟ୍ରେଲରକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। କେବଳ ୨୪ ଘଣ୍ଟାରେ ୭୦ ମିଲିଅନ ଭିୟୁଜ ସହ ଭାରତରେ ସବୁଠୁ ଅଧିକ ଦେଖାଯାଇଥିବା ଫିଲ୍ମର ଟ୍ରେଲର ସାବିତ ହୋଇଥିଲା। ପ୍ରଥମେ ସିନେମା ମେରେ ରିଲିଜ ହେବାର ଥିଲା ମାତ୍ର କରୋନା ଓ ଲକଡାଉନ ଯୋଗୁ ଏହାର ରିଲିଜ ତାରିଖ ଘୁଞ୍ଚିଲା।

ସୂଚନାଯୋଗ୍ୟ ଅକ୍ଟୋବର ୯ରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାର​‌ରେ ରିଲିଜ ହେବ। ତେବେ ଫିଲ୍ମର ଟାଇଟଲକୁ ନେଇ ମୁକେଶ୍ ଖାନ୍ନା ମଧ୍ୟ ବିରୋଧ କରିଥିଲେ। ଏହା ସହ ସାମଜିକ ଗଣମାଧ୍ୟମରେ ନିଜର କ୍ରୋଧ ବ୍ୟକ୍ତ କରିଥିଲେ। କରଣୀ ସେନା ମଧ୍ୟ ଫିଲ୍ମ ନାଁ ବଦଳାଇବା ପାଇଁ ଫିଲ୍ମ ନିର୍ମାତାଙ୍କୁ ନୋଟିସ ପଠାଇ ଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ