ଖେଳ

ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଛି ଏପରି ଜର୍ସି

ନୂଆଦିଲ୍ଳୀ: ଆସନ୍ତା ଜୁନ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ଖେଳାଯିବ ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହା ପୂର୍ବରୁ ଜୋରଦାର କସରତ କରୁଛନ୍ତି କୋହଲି ବାହିନୀ । ଆଉ ଏହାରି ଭିତରେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆ ପିନ୍ଧିବାକୁ ଯାଉଥିବା ଜର୍ସିର ଫଟୋ ସେୟାର କରିଛନ୍ତି ।

ଫଟୋରେ ଦେଖିବାକୁ ମିଳିଛି, ଜାଡେଜା ଟିମ୍ ଇଣ୍ଡିଆର ନୂଆ ସ୍ୱେଟର ପିନ୍ଧିଛନ୍ତି । ତେବେ ଏହି ଫଟୋର କ୍ୟାପସନରେ ଜାଡେଜା ଲେଖିଛନ୍ତି, ରିୱାଇଣ୍ଡ ଟୁ ୯୦ । ଟିମ୍ ଇଣ୍ଡିଆର ନୂଆ ସ୍ୱେଟର କ୍ରିକେଟର ପାରମ୍ପରିକ ଅନ୍ଦାଜର ହୋଇଛି । ଜର୍ସିରେ ମଝିରେ ନୀଳ ରଙ୍ଗରେ ଇଣ୍ଡିଆ ଲେଖାହୋଇଛି । ସେହିପରି ଡାହାଣ ପଟେ ଉପରେ ଆଇସିସି ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ୨୦୨୧ ଲେଖାହୋଇଛି ।

ତେବେ ଜୁନ ୧୮ ତାରିଖରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ଖେଳାଯିବ ବିଶ୍ୱ ଟେଷ୍ଟ ଟାମ୍ପିୟନସିପ୍ ଫାଇନାଲ ମୁକାବିଲା । ଏଥିପାଇଁ ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ