ମନୋରଞ୍ଜନ

ସଞ୍ଜୟ ଲୀଲା ଭନସାଲୀଙ୍କ ସହ ପୁଣି କାମ କରିବେ ଦୀପିକା ପାଦୁକୋନ, ‘ବାଇଜୁ ବାୱରା’ରେ ଲେଡି ଡନ୍ ହେବାର ଚର୍ଚ୍ଚା

ନୂଆଦିଲ୍ଲୀ ୨୬/୦୫: ବାଜିରାଓ ମସ୍ତାନୀ, ରାମ ଲୀଲା ଏବଂ ପଦ୍ମାବତ ପରେ ଦୀପିକା ପାଦୁକୋନଙ୍କୁ ପୁଣି ଥରେ ବଲିଉଡ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ, ଦୀପିକା ଭନସାଲୀଙ୍କ ‘ବାଇଜୁ ବାୱରା’ରେ ଡକାୟତମାନଙ୍କ ରାଣୀ ରୂପମତି ଭୂମିକାରେ ନଜର ଆସିପାରନ୍ତି । ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ।

ଭନସାଲୀ ତାଙ୍କ ପରବର୍ତ୍ତୀ ଫିଲ୍ମରେ ଦୀପିକାଙ୍କୁ କାଷ୍ଟ କରିବାକୁ ଆଗ୍ରହୀ ଅଛନ୍ତି । ଅଭିନେତ୍ରୀଙ୍କ ସହ ‘ବାଇଜୁ ବାୱରା’ ପାଇଁ କଥା ହେଉଛନ୍ତି। ସେ ଏହି ଫିଲ୍ମରେ ଦୀପିକାଙ୍କୁ ୧୯୫୨ ର ଡକାୟତମାନଙ୍କ ରାଣୀ ରୂପମତି ଭୂମିକାରେ ଅଭିନୟ କରିବାକୁ ଅଫର୍ ଦେଇଛନ୍ତି । କେବଳ ଏତିକି ନୁହେଁ, ଦୀପିକା ଏବଂ ଭନସାଲୀଙ୍କ ମଧ୍ୟରେ ଏହି ଫିଲ୍ମର ଚରିତ୍ରକୁ ନେଇ ଅନେକ ମିଟିଙ୍ଗ୍ ମଧ୍ୟ ହୋଇସାରିଛି ଏବଂ ଏବେ ବି ଫିଲ୍ମକୁ ନେଇ ଆଲୋଚନା ଜାରି ରହିଛି।

‘ବାଇଜୁ ବାୱରା’ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷ ଚରିତ୍ର ପାଇଁ ଦୀପିକା ପାଦୁକୋନ ଭନସାଲୀଙ୍କ ମନରେ ଥିଲେ। ସେ କେବଳ ତାଙ୍କୁ ଫିଲ୍ମରେ କାଷ୍ଟିଂ କରିବାକୁ ଚିନ୍ତା କରୁଥିଲେ। ଯଦି ସବୁ ଠିକ୍ ହୁଏ ତେବେ ଦୀପିକା ଚତୁର୍ଥ ଥର ପାଇଁ ଭନସାଲୀଙ୍କ ସହ କାମ କରୁବା ଦେଖିବାକୁ ମିଳିବ। ତେବେ ଦୀପିକା ଫିଲ୍ମ ବିଷୟରେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ