ମନୋରଞ୍ଜନ

ନୂଆ ଓଡ଼ିଆ ସିନେମା ’ତୁ ଚଗଲା ମୁଁ ଚଗଲି’

ଲକ୍‌ଡାଉନ୍‌ରେ ମୁନ୍‌ଟିଭି ଦୁଇଦୁଇଟି ଫିଲ୍ମ ନିର୍ମାଣ କରିବାର ପ୍ରସ୍ତୁତି ପଛରେ ରହିଛି। ପ୍ରଥମ ଫିଲ୍ମର ଟାଇଟଲ୍‌ ରହିଛି ‘ତୁ ଚଗଲା ମୁଁ ଚଗଲି’ ଏବଂ ଦ୍ୱିତୀୟ ଫିଲ୍ମଟିର ଟାଇଟଲ୍‌ ରହିଛି ‘ମୁଁ ତୁମକୁ ଭଲପାଏ ଲୁଚିଲୁଚିକା’। ଏହି ଦୁଇଟି ଫିଲ୍ମର ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ହାଏ ଡାର୍ଲିଂ, ଝିଅଟା ବିଗିଡ଼ିଗଲା, ବଜରଙ୍ଗୀ, ସୁନ୍ଦରଗଡ଼ର ସଲମାନ୍‌ ଖାନ୍ (ତରଙ୍ଗ ଟିଭି) ଏବଂ ଲଭ୍ ଏକ୍ସପ୍ରେସ (ସିଦ୍ଧାର୍ଥ ଟିଭି) ଆଦି ଦର୍ଶକଙ୍କୁ ଭେଟି ଦେଇଛନ୍ତି। କୋଭିଡ୍ କଟକଣା ପରେ ‘ହୀରାଲାଲ ମୋତିଲାଲ’ ଓ ‘ଲଭ୍‌ ଫିଭର୍‌’ ଭଳି ଫିଲ୍ମ ମୁକ୍ତିଲାଭ କରିବାକୁ ସଚ୍ଚିକାନ୍ତ ଜେନା ଯୋଜନା କରିଛନ୍ତି।

ଦୁଇଟି ନୂଆ ଫିଲ୍ମର ସଂଳାପ ଓ ଚିତ୍ରନାଟ୍ୟ ରଜନୀ ରଂଜନ ଲେଖୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରେମାନନ୍ଦ ଓ ନିର୍ଦ୍ଦେଶନାଭାର ସମ୍ଭାଳିବେ ବିନି ପଟ୍ଟନାୟକ। ଲକଡାଉନ୍ ସମୟରେ ସ୍କ୍ରିପ୍ଟିଂ ଓ ସଙ୍ଗୀତ ସ୍ୱର ସଂଯୋଜନା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଗାମୀ ରଥଯାତ୍ରା ପରେ ଫିଲ୍ମର ସୁଟିଂ ଉଭୟ ଓଡ଼ିଶା ଓ ବାହାର ରାଜ୍ୟରେ ହେବ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ତେବେ ଫିଲ୍ମର ଷ୍ଟାରକାଷ୍ଟ ଚୟନ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ