ଖେଳ

ପ୍ରତି ଦୁଇ ବର୍ଷରେ ବିଶ୍ବକପ୍ କରିବାକୁ ଫିଫାର ଯୋଜନା

ଜେନିଭା: ଚାରି ବର୍ଷ ପରିବର୍ତ୍ତେ ପ୍ରତି ଦୁଇ ବର୍ଷରେ ପୁରୁଷ ଓ ମହିଳା ଫୁଟବଲ୍ ବିଶ୍ବକପ୍ ଆ‌ୟୋଜନ କରିବାକୁ ବିଶ୍ବ ଫୁଟବଲ୍ ମହାସଂଘ ବା ଫିଫା ଯୋଜନା କରୁଛି। ଏଥିଲାଗି ଗବେଷଣା ଓ ଗଣନା କରିବା ବି ଆରମ୍ଭ କରି ଦେଇଛି। ଶୁକ୍ରବାର ଅନୁଷ୍ଠିତ ଫିଫାର ବାର୍ଷିକ ସମ୍ମିଳନୀରେ ସାଉଦି ଆରବ ଫୁଟବଲ୍ ମହାସଂଘ ଏଥିନେଇ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ରଖିଥିଲା। ଯାହାକୁ ଫିଫାର ଅଧିକାଂଶ ସଦସ୍ୟ ସମର୍ଥନ କରିଥିଲେ। ତେବେ ବିଶ୍ବକପ୍ ଅବଧିରେ ଏହି ବଡ଼ ଧରଣର ପରିବର୍ତ୍ତନକୁ ପ୍ରଶଂସକ, ପ୍ରାୟୋଜକ ଓ ଅନ୍ୟ ସତ୍ବାଧିକାରୀମାନେ କିଭଳି ଗ୍ରହଣ କରିବେ, ସେ କଥା ଜାଣିବା ଲାଗି ଫିଫା ଆଗାମୀ ସମୟରେ ସମସ୍ତଙ୍କଠାରୁ ମତ ଲୋଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

‘ଆମେ ବିଶ୍ବାସ କରୁଛୁ ଫୁଟ୍‌ବଲ୍‌ର ଭବିଷ୍ୟତ ଏବେ ଗୁରୁତ୍ବପୂର୍ଣ୍ଣ ମୋଡ଼ରେ ରହିଛି। ଫୁଟ୍‌ବଲ୍ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିବନ୍ଧକ ଓ ସମସ୍ୟାକୁ କରୋନା ମହାମାରୀ ଆହୁରି ଜଟିଳ କରି ଦେଇଛି। ଆମ ପ୍ରିୟ ଖେଳର ଉଜ୍ଜ୍ବଳ ଭବିଷ୍ୟତ ଲାଗି ବିଶ୍ବକପ୍ ଆୟୋଜନ ଢାଞ୍ଚାରେ ପରିବର୍ତ୍ତନ କରିବାର ଢେର ଆବଶ୍ୟକତା ରହିଛି ବୋଲି ଆମେ ହୃଦୟଙ୍ଗମ କରୁଛୁ। ପ୍ରତିଦ୍ବନ୍ଦ୍ବିତା ଓ ବାଣିଜ୍ୟିକ ଦିଗରୁ ସାଂପ୍ରତିକ ୪ ବର୍ଷିୟା ଅବଧିକୁ ସମୀକ୍ଷା କରିବାର ବେଲ ଆସି ଯାଇଛି’ ବୋଲି ସାଉଦି ଆରବ ଫୁଟ୍‌ବଲ୍ ମହାସଂଘର ସଭାପତି ୟାସିର ଅଲ୍‌ ମିସେହାଲ ନିଜ ପକ୍ଷକୁ ଦୃଢ଼ତାର ସହ ରଖିବାକୁ ଯାଇ କହିଥିଲେ। ପରେ ପ୍ରସ୍ତାବକୁ ନେଇ ଭୋଟ ହୋଇଥିଲା। ଏହି ନିଆରା ପ୍ରସ୍ତାବ ସପକ୍ଷରେ ୧୬୬ ‌ଭୋଟ ଯାଇଥିଲାବେଳେ ବିପକ୍ଷରେ ମାତ୍ର ୨୨ ଭୋଟ ପଡ଼ିଥିଲା। ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ମଧ୍ୟ ଏହାକୁ ଏକ ସନ୍ତୁଳିତ ଓ ଭଲ ପ୍ରସ୍ତାବ ବୋଲି ମତ ଦେଇଥିଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ସବୁଦିଗକୁ ସମୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଶ୍ବକପ୍ ପ୍ରତି ଦୁଇ ବର୍ଷରେ ଥରେ ଖେଳାଗଲେ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଆୟୋଜନ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି କେତେକ ସଦସ୍ୟ କହିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ