ମନୋରଞ୍ଜନ

କରୋନା ମୁକ୍ତ ହେଲେ ଶିଳ୍ପା ଶେଟ୍ଟୀଙ୍କ ପରିବାର, ପୁରା ଘରକୁ କଲେ ସାନିଟାଇଜ୍

ନୂଆଦିଲ୍ଲୀ ୨୩/୦୫: କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର କରୋନା ସଂକ୍ରମିତ ହୋଇଥିଲେ । ଶିଳ୍ପାଙ୍କ ବ୍ୟତୀତ ତାଙ୍କର ପୁରା ପରିବାର ସଂକ୍ରମିତ ହୋଇଥିଲେ। ଏହି ସମୟରେ ଶିଳ୍ପା ସୋସିଆଲ ମିଡିଆରେ ସକ୍ରିୟ ଥିଲେ ଏବଂ ଫ୍ୟାନ୍ସମାନଙ୍କୁ ତାଙ୍କ ପରିବାରର ସ୍ୱାସ୍ଥ୍ୟ ଅପଡେଟ୍ ଦେଉଥିଲେ । ବର୍ତ୍ତମାନ ଅଭିନେତ୍ରୀ ଗୁଡ୍ ନ୍ୟୁଜ୍ ସେୟାର କରି କହିଛନ୍ତି ଯେ ତାଙ୍କ ପରିବାର କରୋନାରୁ ମୁକ୍ତ ହୋଇଛନ୍ତି। ଏହା ସହିତ ଅଭିନେତ୍ରୀ ପୁରା ଘରକୁ ସାନିଟାଇଜ୍ କରିଛନ୍ତି।ଶିଳ୍ପା ଶେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଏହା ଦେଖାଯାଇଛି, ପିପିଇ କିଟ୍ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ଘର ସାନିଟାଇଜ୍ କରୁଛନ୍ତି। ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି, ‘କୋଭିଡରୁ ସୁସ୍ଥ ହେବା ପରେ ସାନିଟାଇଜେସନ୍।’ ଏଥିସହ, ସେ ଏହି ସର୍ଭିସ୍ ପାଇଁ @Reliable_Shield କୁ ଧନ୍ୟବାଦ ଦେଇଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ଶିଳ୍ପା ସୋସିଆଲ ମିଡିଆ ମାଧ୍ୟମରେ ପରିବାର କରୋନା ସଂକ୍ରମିତ ହୋଇଥିବା ବିଷୟରେ ସୂଚନା ଦେଇଥିଲେ। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଗତ ୧୦ ଦିନ ଗୋଟିଏ ପରିବାର ଭାବରେ ଆମ ପାଇଁ କଷ୍ଟକର ହୋଇପଡିଛି। ମୋ ଶାଶୁ-ଶ୍ୱଶୁର କୋଭିଡ -୧୯ରେ ସଂକ୍ରମିତ ହୋଇଛନ୍ତି, ଏହା ପରେ ଝିଅ ସମିଶା, ପୁଅ ଭିଆନ, ମୋ ମା ଏବଂ ରାଜ ମଧ୍ୟ ପଜିଟିଭ ହୋଇଛନ୍ତି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନେ ସମସ୍ତେ ନିଜ ନିଜ କୋଠରୀରେ ଆଇସୋଲେଟ୍ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରୁଛନ୍ତି। ‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ