ମନୋରଞ୍ଜନ

ବରିଷ୍ଠ ସାମ୍ବାଦିକ ତଥା ଫିଲ୍ମ ନିର୍ମାତା ବି.ଏ ରାଜୁଙ୍କର ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ ୨୨/୦୫: ବରିଷ୍ଠ ସାମ୍ବାଦିକ ତଥା ଫିଲ୍ମ ନିର୍ମାତା ବି.ଏ ରାଜୁଙ୍କର ହୃଦଘାତ ହେତୁ ଆଜି ଦେହାନ୍ତ ହୋଇଛି। ସେ ଆଜି ସକାଳେ ହାଇଦ୍ରାବାଦର ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଦୁଇ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିଲା, ବର୍ତ୍ତମାନ ତାଙ୍କର ଦୁଇଟି ପୁଅ ଅଛନ୍ତି । ତାଙ୍କ ପତ୍ନୀ ବି ଜୟା ମଧ୍ୟ ଜଣେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଥିଲେ।

ବିଏ ରାଜୁ ଲୋକପ୍ରିୟ ତେଲୁଗୁ ଫିଲ୍ମ ପତ୍ରିକା ସୁପରହିଟ୍ ର ପ୍ରତିଷ୍ଠାତା ତଥା ସମ୍ପାଦକ ଥିଲେ। ଚାରି ଦଶନ୍ଧିର କ୍ୟାରିଅରରେ ସେ ଶହ ଶହ ଫିଲ୍ମ ପାଇଁ ପିଆର ପରିଚାଳନା କରିଥିଲେ । ସେ ସୁପରଷ୍ଟାର ମହେଶ ବାବୁଙ୍କର ବ୍ୟକ୍ତିଗତ ପିଆରଓ ମଧ୍ୟ ହୋଇଥିଲେ । ସେ ଅନେକ ଅଗ୍ରଣୀ ତାରକା, ପ୍ରଡକ୍ସନ୍ ହାଉସ୍ ଏବଂ ଅଭିନେତ୍ରୀମାନଙ୍କ ପାଇଁ ପିଆରଓ ଭାବରେ କାର୍ଯ୍ୟ କରିଥିଲେ । ବିଏ ରାଜୁ ପ୍ରଭାସ ପଟ୍ଟନ, ନାଗାର୍ଜୁନ ଏବଂ ଜୁନିଅର ଏନଟିଆର ସମେତ ଅନେକ ଷ୍ଟାରମାନଙ୍କର ପିଆରଓ ରହିଆସିଥିଲେ ।

ମହେଶ ବାବୁ ଏକ ଟୁଇଟ୍ ମାଧ୍ୟମରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, ‘ବି.ଏ ରାଜୁଙ୍କର ହଠାତ୍ ଦେହାନ୍ତ ହେବା ଦ୍ୱାରା ମୁଁ ଗଭୀର ଆଘାତ ପାଇଛି ଏବଂ ଏହାକୁ ବିଶ୍ୱାସ କରିବା ମୋ ପାଇଁ କଷ୍ଟକର । ପିଲାଦିନରୁ ଆମେ ପରସ୍ପରକୁ ଜାଣିଛୁ । ଆମେ ଅନେକ ବର୍ଷ ଧରି ଏକାଠି କାମ କରିଛୁ। ‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ