ମନୋରଞ୍ଜନ

କଙ୍ଗନା ରଣାୱତଙ୍କ ବଡିଗାର୍ଡ ବିରୋଧରେ ମାମଲା ରୁଜୁ, ବିବାହର ପ୍ରତିଶୃତି ଦେଇ ବଳତ୍କାର କରିଥିବାର ଅଭିଯୋଗ

ନୂଆଦିଲ୍ଲୀ ୨୨\୦୫: ବଲିଉଡର ଅଭନେତ୍ରୀ କଙ୍ଗନା ରଣାୱତ୍ ପ୍ରାୟତଃ ତାଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର କଙ୍ଗନା ନୁହଁନ୍ତି ତାଙ୍କ ସହ ଜଡିତ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି । ସେହି ବ୍ୟକ୍ତି ଆଉ କେହି ନୁହଁନ୍ତି କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେ । କଙ୍ଗନାଙ୍କ ବଡିଗାର୍ଡ ବିରୋଧରେ ପୋଲିସ ଷ୍ଟେସନରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି।


ସୂଚନା ଅନୁଯାୟୀ, ଅଭିନେତ୍ରୀଙ୍କ ବଡିଗାର୍ଡ କୁମାର ହେଗଡେଙ୍କ ଉପରେ ଜଣେ ୩୦ ବର୍ଷୀୟା ବ୍ୟୁଟିସିୟାନ୍ ଅଭିଯୋଗ ଆଣିଛନ୍ତି ଯେ ହେଗଡେ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ବଳାତ୍କାର କରିଛନ୍ତି। ଅଭିଯୋଗରେ ପୀଡିତା କହିଛନ୍ତି ଯେ କୁମାର ହେଗଡେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କେବଳ ଏତିକି ନୁହେଁ, କୁମାର ମଧ୍ୟ ମହିଳାଙ୍କୁ ଲିଭ୍ ଇନ୍ ରିଲେସନସିପରେ ରହିବାକୁ କହିଥିଲେ, ଯେଉଁଥିପାଇଁ ସେ ଏହା ଭାବି ରାଜି ହୋଇଥିଲେ ଯେ ସେ ତାଙ୍କୁ ବିବାହ କରିବେ।

ପୀଡିତା ଜଣକ କହିଛନ୍ତି, ସେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ କିନ୍ତୁ କୁମାର ହେଗଡେ ତାଙ୍କୁ ଏହା କରିବାକୁ ବାଧ୍ୟ କରିଥିଲେ। ପୀଡିତା ଅଭିଯୋଗ କରିଛନ୍ତି ଯେ କୁମାର ତାଙ୍କଠାରୁ ୫୦,୦୦୦ ଟଙ୍କା ଋଣ ନେଇଥିଲେ। ସେ କହିଥିଲେ ଯେ ତାଙ୍କ ମା ଅସୁସ୍ଥ ଥିବାରୁ ତାଙ୍କୁ ନିଜ ସହରକୁ ଯିବାକୁ ପଡିବ। ଏହା ପରେ ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ।


ଏଫ୍ଆଇଆର୍ ଅନୁଯାୟୀ, ଗତ ବର୍ଷ ଜୁନ୍ ମାସରେ ପୀଡିତା କୁମାର ହେଗଡେଙ୍କୁ ଏକ ଫିଲ୍ମ ସୁଟିଂ ସମୟରେ ଭେଟିଥିଲେ। ପୀଡିତାଙ୍କ ଅଭିଯୋଗରେ, ଆଇପିସିର ଧାରା ୩୭୬, ୩୭୭ ଏବଂ ୪୨୦ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ