ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ହ୍ଵାଟ୍ସଆପ୍‌ରେ ଜାଣନ୍ତୁ ନିଜ ଏରିଆରେ ଭ୍ୟାକ୍ସିନ ଅଛି କି ନାହିଁ, ନମ୍ବର ଜାରି କଲେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୨୦ ।୦୫: କରୋନାର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଅଧିକ ଟିକାକରଣକୁ ଅଧିକ ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଞ୍ଚାଯାଇ ପାରିବ ଏନେଇ ସରକାର ବିଭିନ୍ନ ଉପାୟ କରୁଛଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଏହି ନମ୍ବର ଜରିଆରେ ଆପଣ ନିଜ ଅଞ୍ଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ୯୦୧୩୧୫୧୫୧୫ ନମ୍ବର ଜାରି କରିଛନ୍ତି। ଘରେ ବସି ଆପଣ ଏହି ନମ୍ବର ମାଧ୍ୟମରେ ନିଜ ଅଞ୍ଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଏକ ମେସେଜ କରିବାକୁ ପଡିବ। ହ୍ୱାଟ୍ସଆପ ନମ୍ବରକୁ ଯାଇ ନିଜ ଏରିଆର ପିନ କୋଡ୍ ଟାଇପ୍ କରି ପଠାଇ ଦେବେ। ସେପଟୁ ଆପଣଙ୍କ ଏରିଆରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଆପଣଙ୍କୁ ସବିଶେଷ ତଥ୍ୟ ମିଳିଯିବ।

ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥାରେ ଲୋକଙ୍କୁ ଟିକାକରଣ ପାଇଁ ହଇରାଣ ହେବାକୁ ପଡିବ ନାହିଁ ଏବଂ ବିନା ସୂଚନାରେ ଅଯଥାରେ ଟିକା କେନ୍ଦ୍ର ଯିବାକୁ ପଡିବ ନାହିଁ। ଯେବେ ଆପଣଙ୍କ ପାଳି ପଡିବ କେନ୍ଦ୍ରକୁ ଯାଇ ଆପଣ ଟିକା ଲଗାଇ ପାରିବେ। ଅନ୍ୟପଟେ କରୋନା ଯାଞ୍ଚ ପାଇଁ ଦେଶର ଅଗ୍ରଣୀ ମେଡିକାଲ ରିସର୍ଚ୍ଚ ସଂସ୍ଥା ଆଇସିଏମଆର ନୂତନ ଗାଇଡ୍‌ଲାଇନ୍ ଜାରି କରିଛି। ରାପିଡ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଏକ କିଟ୍‌କୁ ଆଇସିଏମଆର ପକ୍ଷରୁ ମଞ୍ଜୁରୀ ମିଳି ଯାଇଛି। ଏହି କିଟ୍‌ ସାହାଯ୍ୟରେ ଆପଣ ଘରେ ରହି ନାକରୁ ନମୂନା ସଂଗ୍ରହ କରି ପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ