ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ଲଢେଇରେ ହାରିଗଲେ ଅରିଜିତଙ୍କ ମା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

ମୁମ୍ବାଇ ୨୦।୦୫: ନିଜର ଯାଦୁକରୀ ସ୍ଵରରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡର ଖ୍ୟାତାନାମା ପ୍ରଚ୍ଛଦପଟ ଗାୟକ ଅରିଜିତ ସିଂହଙ୍କ ମାଙ୍କ ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ଥିଲେ। ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅରିଜିତଙ୍କ ମାଙ୍କୁ କୋକଲାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ଦେହାନ୍ତ ଘଟିଛି।

ମେ ୬ରେ ଅଭିନେତ୍ରୀ ସ୍ଵାସ୍ତିକା ଅରିଜିତଙ୍କ ମାଙ୍କ ପାଇଁ ରକ୍ତଦାନ କରିବାକୁ କହିଥିଲେ। ଏହା ପରେ ଯାଇ ଜଣା ପଡିଥିଲା ଯେ, ପ୍ରସିଦ୍ଧ ଗାୟକ ଅରିଜିତଙ୍କ ମା ଅସୁସ୍ଥ ଅଛନ୍ତି। ଗାୟକଙ୍କ ମାଙ୍କ ନିଧନରେ ପୂରା ବଲିଉଡରେ ଶୋକର ଲହରି ଖେଳି ଯାଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଅରିଜିତଙ୍କ ମାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ପୂର୍ବାହ୍ନ ୧୧ଟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ସେ କିଛି ଦିନ ଇସିଏମଓରେ ଥିଲେ ଏବଂ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଜଟିଳ ରହିଥିଲା। ସମସ୍ତ ପ୍ରୟାସ ସତ୍ତ୍ଵେ ବି ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନାହାନ୍ତି।

ନିଜ ସୁମୁଧୁର କଣ୍ଠରେ ଲୋକଙ୍କୁ ବାନ୍ଧି ରଖୁଥିବା ଗାୟକ ଅରିଜିତ ସିଂହ ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ରିଏଲିଟି ସୋ ‘ଫେମ ଗୁରୁକୂଳ’ରେ ଲାଇମ ଲାଇଟ୍‌ରେ ଆସିଥିବା ଅରିଜିତଙ୍କୁ ଆଶିକି ୨ ଫିଲ୍ମ ଗୀତରେ ବଲିଉଡରେ ସ୍ଵତନ୍ତ୍ର ପରିଚୟ ମିଳିଥିଲା। ଏହା ପରଠୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଏ ଦିଲ ହେ ମୁସ୍କିଲ, କବିରା, ସୁନୋ ନା ସଙ୍ଗମରମର, ମସ୍ତ ମଗନ, ହମଦର୍ଦ ପରି ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଜିତିତ ସିଂହ ଜାତୀୟ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ