ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ଅଙ୍ଗନଓ୍ବାଡୀ କର୍ମୀଙ୍କୁ ଡାକ୍ତରଖାନାରେ ଅଣଦେଖା, ଭଙ୍ଗା ଗୋଡରେ ଗଛମୂଳେ ରାତି କାଟିଲେ

ବରଗଡ ୨୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଖୋଲୁଛନ୍ତି । ହେଲେ କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଭିଡ୍ ଆକ୍ରାନ୍ତମାନେ ଚିକିତ୍ସିତ ହେବାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବରଗଛ ମୂଳେ ରାତି ସାରା ବସି ରହିଲେ କୋଭିଡ୍ ସଂକ୍ରମିତ ଅଙ୍ଗନୱାଡୀ କର୍ମୀ ।

ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ୍ ଅଏଁଲାଭଟା ଗ୍ରାମର ଜଣେ ଅଙ୍ଗନୱାଡୀ କର୍ମୀଙ୍କର କିଛି ଦିନ ଆଗରୁ ଗୋଡ ଭାଙ୍ଗି ଯାଇଥିଲା । ଗତ ଦୁଇ ଦିନ ଆଗରୁ ତାଙ୍କୁ ଜ୍ବର ହେଉଥିଲା ଏବଂ ବୁଧବାର ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଥିଲା । ଏହାପରେ କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟର କି ହୋମ୍ ଆଇସୋଲେସନ ପାଇଁ ଘରକୁ ଯିବାକୁ ନକହି ଡାକ୍ତର ଆସିବା ଯାଏଁ ଅପେକ୍ଷା କରିବା ପାଇଁ କହିଥିଲେ । ରାତିସାରା କୋଭିଡ୍ ସଂକ୍ରମିତ ତାଙ୍କ ସ୍ବାମୀଙ୍କ ସହ ଡାକ୍ତରଖାନା ପରିସରରେ ଥିବା ଗଛ ତଳେ ବସି ରାତି କାଟିଥିବା ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର ଅଙ୍ଗନୱାଡୀ କର୍ମୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବା ବେଳେ ତାଙ୍କ ସହ ଏପରି ବ୍ୟବହାର କେତେ ଦୂର ଠିକ୍ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ