କଳା ଓ ସଂସ୍କୃତି ଧର୍ମ

ବଗଳାମୁଖୀ ଜୟନ୍ତୀ: ଏହି ଶୁଭ ଦିନରେ କରନ୍ତୁ ଏହିପରି କାମ, ଦୁର ହେବ ସମସ୍ତ ସମସ୍ୟା

ନୂଆଦିଲ୍ଲୀ ୧୯/୦୫: ମେ ୨୦, ଶୁକ୍ରବାର ଦିନ ବଗଳାମୁଖୀ ଜୟନ୍ତୀର ଶୁଭ ପର୍ବ । ପୌରାଣିକ କଥା ଅନୁଯାୟୀ, ଏହି ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ସ୍ୱରୁପ ମା ବଗଳାମୁଖୀଙ୍କ ଜନ୍ମ ହୋଇଥିଲା । ଦେବୀଙ୍କର ହଳଦିଆ ରଙ୍ଗ ଅତି ପ୍ରିୟ ହୋଇଥିବାରୁ ଏହି ଦିନକୁ ‘ପିତାମ୍ବରୀ ଜୟନ୍ତୀ’ ମଧ୍ୟ କୁହାଯାଏ । ବିଶ୍ୱାସ କରାଯାଏ ଯେ ଦେବୀ ମାଙ୍କୁ ପୂଜା ଏବଂ କିଛି ବିଶେଷ କାର୍ଯ୍ୟ କରିବା ଦ୍ୱାରା ଜ ଦୁଃଖ ଏବଂ ଶତ୍ରୁମାନଙ୍କଠାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ…


ହଳଦିଆ ବସ୍ତ୍ର ପିନ୍ଧନ୍ତୁ:

ଦେବୀ ବଗଳାମୁଖୀଙ୍କର ହଳଦିଆ ରଙ୍ଗ ଅତି ପ୍ରିୟ । ତେଣୁ ଏହି ଶୁଭ ଦିନରେ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ।

ଦେବୀଙ୍କ ଯନ୍ତ୍ର ସ୍ଥାପନ କରନ୍ତୁ:

ଏହି ଶୁଭ ଦିନରେ ଘରେ ଦେବୀଙ୍କ ଯନ୍ତ୍ର ସ୍ଥାପନ କରି ପୂଜା କରନ୍ତୁ। ଏହା ଘରେ ଉପସ୍ଥିତ ଥିବା ନକାରାତ୍ମକ ଶକ୍ତିକୁ ସକାରାତ୍ମକରେ ପରିବର୍ତ୍ତନ କରିଥାଏ ।

ଏହି ମନ୍ତ୍ର ଜପ କରନ୍ତୁ:

ଦେବୀ ମା’ଙ୍କ ‘ହ୍ରୀଂ ବଗଳାମୁଖୀ ସର୍ବ ଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜିହ୍ୱାଂ କୀଲମ ବୁଦ୍ଧିଂ ବିଲାଶୟ ହ୍ରୀଂ ଓଁ ସ୍ୱାହା ।‘ ମନ୍ତ୍ର ଜପ କରନ୍ତୁ। ଏହା ଦ୍ୱାରା, ମା’ଙ୍କ କୃପା ମିଳିବା ସହିତ ଜୀବନର ସମସ୍ୟାରୁ ମୁକ୍ତି ମିଳିବ ।

ମା’ଙ୍କୁ ଭୋଗ ଲଗାନ୍ତୁ :

ବଗଳାମୁଖୀ ଜୟନ୍ତୀ ଦିନ ଦେବୀ ମାଙ୍କୁ ପାନ, ମିଠା, ଫଳ ଅର୍ପଣ କରନ୍ତୁ । ଏଥିସହିତ ଜଳ ମଧ୍ୟ ଚଢାନ୍ତୁ ।

ସୁଖ-ସମୃଦ୍ଧି ଏବଂ ଶାନ୍ତି ପାଇଁ :

ଘରେ ଚାପ ଯୋଗୁଁ ନକାରାତ୍ମକ ଶକ୍ତି ବୃଦ୍ଧି ପାଇବାରେ ଲାଗିଥାଏ । ଏପରି ପରିସ୍ଥିତିରେ, ‘ପିତାମ୍ବରୀ ଜୟନ୍ତୀ’ ଦିନ ଦେବୀଙ୍କୁ ହଳଦିଆ କନିଆରୀ ଫୁଲ ଅର୍ପଣ କରନ୍ତୁ । ଏହା ଦ୍ୱାରା ଘରେ ଚାଲିଥିବା ସମସ୍ୟା ଦୂର ହୋଇ ସୁଖ, ସମୃଦ୍ଧି ଏବଂ ଶାନ୍ତି ଆସିଥାଏ ।

ଶତ୍ରୁମାନଙ୍କଠାରୁ ମୁକ୍ତି ପାଇବା ପାଇଁ:

ଦେବୀ ମାଙ୍କୁ ପୂଜା କରିବା ସହିତ ତାଙ୍କ ଯନ୍ତ୍ର ଏବଂ ଶ୍ରୀହରିଙ୍କୁ ପୂଜା କରନ୍ତୁ । ଏହା ଶୀଘ୍ର ଶତ୍ରୁମାନଙ୍କଠାରୁ ମୁକ୍ତି ଦେଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ