କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଚଣ୍ଡିଖୋଲ ୨୦।୫: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଏକାଦଶାହରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କବି ବୈଷ୍ଣବ ଚରଣ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ଉତ୍ସବରେ ସମାଜସେବୀ ଯଶୋଦିପ୍ତ ସାମଲ ଅଧ୍ୟକ୍ଷତାରେ କୋଭିଡ୍ ନିୟମ ଅନୁସାରେ ପ୍ରସ୍ତରଗ୍ରାମ ଶୁଖୁଆପଦାର ଆଖପାଖ ଅଞ୍ଚଳର କିଛି ବରିଷ୍ଠ ପ୍ରସ୍ତରଶିଳ୍ପୀ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ଅଧ୍ୟାପକ ଅଶୋକ ସାମଲ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ରଘୁନାଥ ମହାପାତ୍ର ଯିଏକି ଦ୍ବିତୀୟ କୋଣାର୍କ ଗଢିବାକୁ ମନ ବଳାଇ ଥିଲେ । ରାଜ୍ୟ ସଭା ସାଂସଦ ଭାବେ ଦାୟିତ୍ବ ଗ୍ରହଣ କରିବାର ମାତ୍ର ୪ ଦିନରେ ପଥର ଅଭାବ ଜନିତ ସମସ୍ୟାରେ ଜର୍ଜରିତ ଓଡିଶାର ପଥର କାରିଗରଙ୍କ ଦୁଃଖ ଉପସ୍ଥାପନ କରିଥିଲେ । ତାଙ୍କ ବିୟୋଗରେ ଓଡିଶାର ଅପୂରଣୀୟ କ୍ଷତି ଘଟିଲା ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ଉପସ୍ଥିତ ସମସ୍ତ ପ୍ରସ୍ତର କାରିଗରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ