ନୂଆଦିଲ୍ଲୀ ୧୭/୦୫: କରୋନା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ସ୍ପଷ୍ଟ କରିଛନ୍ତି ଯେ ସେ ଅନ୍ୟ ଷ୍ଟାରଙ୍କ ପରି ପାଣ୍ଠି ସଂଗ୍ରହ କାହିଁକି ଆରମ୍ଭ କରିନାହାଁନ୍ତି? ପ୍ରକୃତରେ, ଶନିବାର ଦିନ ଅମିତାଭ ନିଜ ବ୍ଲଗ୍ ମାଧ୍ୟମରେ କହିଛନ୍ତି ଯେ ସେ ତାଙ୍କ ଦାନର ଅପଡେଟ୍ ଏଥିପାଇଁ ଦେଉଛନ୍ତି ଯାହା ଦ୍ୱାରା ଲୋକମାନେ ଜାଣିବେ ଯେ ସେ କେବଳ କହୁ ନାହାଁନ୍ତି ବରଂ ସାହାଯ୍ୟ ମଧ୍ୟ କରୁଛନ୍ତି। ଏହା ସହ ଅମିତାଭ ବଚ୍ଚନ କହିଛନ୍ତି ଯେ ସେ ଅନ୍ୟ ଷ୍ଟାରଙ୍କ ପରି ପାଣ୍ଠି ସଂଗ୍ରହ ଆରମ୍ଭ କରିନାହାଁନ୍ତି କାରଣ ତାଙ୍କୁ ଅନ୍ୟମାନଙ୍କଠାରୁ ଟଙ୍କା ମାଗିବାକୁ ଲଜ୍ୟା ଲାଗେ । ତାଙ୍କର ମାଧ୍ୟମ ଅତ୍ୟନ୍ତ ସୀମିତ ।
ସେ ଆହୁରି ମଧ୍ୟ ଲେଖିଛନ୍ତି , ମୁଁ ଯେତେବେଳେ ବି ଦାନ ଦେବା ପାଇଁ ସମର୍ଥ ଥାଏ,ଦେଇଥାଏ … ମୋର ଅର୍ଥ ବହୁତ ସୀମିତ ଅଟେ । ଏହା ସେପରି ଦେଖାଯାଏ ନାହିଁ, କିନ୍ତୁ ସେପରି ଅଟେ । କ୍ୟାମ୍ପେନ୍ କିମ୍ବା ଡୋନେସନ୍ ମାଧ୍ୟମରେ ତାହାକୁ ସଂଗ୍ରହ କରିବା ପାଇଁ ମୁଁ କୌଣସି ଉଦ୍ୟମ କରି ନାହିଁ। ମୁଁ କେବଳ ଅନୁଭବ କରୁଛି ଯେ ପାଣ୍ଠି ପାଇଁ କାହାଠାରୁ ଟଙ୍କା ମାଗିବା ଲଜ୍ଜାଜନକ ଅଟେ।
ଅମିତାଭ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜନସେବା ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି, କିନ୍ତୁ ଯୋଗଦାନ କରିବାକୁ ସିଧାସଳଖ କାହାକୁ କହି ନାହାଁନ୍ତି। ସେ ଲେଖିଛନ୍ତି ଯେ ଯଦି ମୋର ଜଣା ଅଜାଣତରେ କିଛି ହୋଇଯାଇଛି ତେବେ ମୁଁ କ୍ଷମା ମାଗୁଛି। ସେ କହିଛନ୍ତି, ଯେ ଅନ୍ୟମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାଣ୍ଠି ଯୋଗାଣକାରୀଙ୍କ ବିଷୟରେ ସେ ଅବଗତ ଅଛନ୍ତି। ଅମିତାଭ ଏହା ବିଷୟରେ ଲେଖିଛନ୍ତି, ‘ମୁଁ ସମସ୍ତ ସମ୍ମାନର ସହ କହିବାକୁ ଚାହେଁ ଯେ ବେଳେବେଳେ ମୁଁ ଏକାକୀ ଦାନ କରୁଥିବା ଅର୍ଥ ପାଣ୍ଠି ସଂଗ୍ରହକାରୀଙ୍କ ପରିମାଣ ସହିତ ମେଳ ଖାଏ। ମୁଁ ମାଗି ନାହିଁ, ଦେଇଛି । ପୂର୍ବରୁ ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ କହିଥିଲେ ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ପ୍ରାୟ ୨୫ କୋଟି ଟଙ୍କା ଦାନ କରିଛନ୍ତି ।

