ଖେଳ

ମୁଲେରଙ୍କ ୪୯ ବର୍ଷ ତଳର କୀର୍ତ୍ତିମାନ ସମକକ୍ଷ ହେଲେ ଲିୱେଣ୍ଡୋସ୍କି

ଫ୍ରେଇବର୍ଗ: ବେୟର୍ନ ମୁନିକ ତାରକା ରବର୍ଟ ଲି‌ୱେଣ୍ଡୋସ୍କି ଶନିବାର ଚଳିତ ବୁନ୍ଦେସଲିଗାରେ ବ୍ୟକ୍ତିଗତ ୪୦ ଗୋଲ୍‌ ପୂରଣ କରିଛନ୍ତି। ଜର୍ମାନି ଲିଗ୍‌ର ଗୋଟିଏ ଋତୁ‌ରେ ୪୦ ଗୋଲ୍‌ କରିବାରେ ସେ ଜର୍ଡ ମୁଲେରଙ୍କ ୪୯ ବର୍ଷ ତଳର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ମୁଲେର ଏହି କୀର୍ତ୍ତିମାନ ୧୯୭୧/୭୨ ଋତୁରେ କରିଥିଲେ। ଏହି ଲିଗ୍‌ର ଆଉ ଗୋଟିଏ ମ୍ୟାଚ୍‌ ଥିବାରୁ ମୁଲେରଙ୍କ କୀର୍ତ୍ତିମାନକୁ ଭାଙ୍ଗିବାର ସୁଯୋଗ ଲିୱେଣ୍ଡୋସ୍କିଙ୍କ ନିକଟରେ ରହିଛି। ତେବେ ବୁନ୍ଦେସଲିଗାରେ ସର୍ବାଧିକ ଗୋଲ୍‌ କୀର୍ତ୍ତିମାନ ମୁଲେର (୩୬୫)ଙ୍କ ନାମରେ ରହିଛି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଲିୱେଣ୍ଡୋସ୍କି (୨୭୬) ରହିଛନ୍ତି।

ଶନିବାର ଏଠାରେ ଖେଳାଯାଇଥିବା ଏସ୍‌ ଫ୍ରେଇବର୍ଗ ମ୍ୟାଚ୍‌ରେ ଲିୱେଣ୍ଡୋସ୍କି (୨୬ ମିନିଟ୍‌) ଦଳ ପାଇଁ ପ୍ରଥମ ଗୋଲ୍‌ କରିଥିଲେ। ୨୯ତମ ମିିନିଟ୍‌ରେ ମାନୁଏଲ ଗୁଲ୍‌ଡି ‌ଏହି ଗୋଲ୍‌ଟି ଶୁଝି ସ୍ଥିତି ୧-୧ କରିଥିଲେ। ଦ୍ବିତୀୟାର୍ଧରେ ଲିରୟ ସାନେ (୫୩ ମିନିଟ୍‌)ଙ୍କ ଗୋଲ୍‌ ବଳରେ ବେୟର୍ନ ୨-୧ରେ ଆଗୁଆ ହୋଇଥିଲା। ୮୩ ମିନିଟ୍‌ରେ ଫ୍ରେଇବର୍ଗର କ୍ରିଷ୍ଟିଆନ୍‌ ଗୁଣ୍ଟର ଦ୍ବିତୀୟ ଗୋଲ୍‌ ଶୁଝି ମ୍ୟାଚ୍‌ ୨-୨ରେ ଅମୀମାଂସିତ ରଖିଥିଲେ। ବେୟର୍ନ ଚଳିତ ଋତୁର ଶେଷ ମ୍ୟାଚ୍‌ ଆସନ୍ତା ସପ୍ତାହରେ ଅଗସବର୍ଗ ବିପକ୍ଷରେ ଖେଳିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ