ମନୋରଞ୍ଜନ

ପ୍ରିୟଙ୍କାଙ୍କ ପରିବାରକୁ ନିକ୍ ନୁହେଁ ଟିଭିର ‘ମହାଦେବ’ ଥିଲେ ପସନ୍ଦ, କରିବାକୁ ଚାହୁଁଥିଲେ ତାଙ୍କ ଜ୍ୱାଇଁ

ନୂଆଦିଲ୍ଲୀ ୧୬/୦୫: ବଲିଉଡ ପରେ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି ଏବଂ ବହୁତ ଖୁସି ମଧ୍ୟ ଅଛନ୍ତି। ପ୍ରିୟଙ୍କା ୨୦୧୮ ମସିହାରେ ନିକ ଜୋନାସଙ୍କୁ ବିବାହ କରିଥିଲେ, କିନ୍ତୁ ଏକ ସମୟରେ ଅଭିନେତ୍ରୀଙ୍କ ପରିବାରର ଲୋକେ ଅନ୍ୟ ଜଣେ ଅଭିନେତାଙ୍କୁ ବିବାହ କରାଇବାକୁ ଚାହୁଁଥିଲେ। ପ୍ରିୟଙ୍କା ନିଜେ ଏକ ଇଣ୍ଟରଭ୍ୟୁରେ ଏହା ପ୍ରକାଶ କରିଛନ୍ତି ।

ପ୍ରିୟଙ୍କା କହିଛନ୍ତି, ‘ତାଙ୍କ ପରିବାର ଲୋକେ ତାଙ୍କୁ ଟିଭିର ମହାଦେବ ଅର୍ଥାତ୍ ଅଭିନେତା ମୋହିତ ରାଇନାଙ୍କୁ ବିବାହ କରାଇବାକୁ ଚାହୁଁଥିଲେ। ସେ କହିଛନ୍ତି, ଦେବୋଁକେ ଦେବ ମହାଦେବକୁ ଦେଖି ପରିବାର ଲୋକେ ମୋହିତଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ସେଥିପାଇଁ ସେ ମୋହିତଙ୍କ ସହ ବିବାହ କରେଇବାକୁ ଚାହୁଁଥିଲେ। ତାଙ୍କୁ ଲାଗୁଥିଲା ଯେ ମୋହିତ ମୋ ପାଇଁ ଉପଯୁକ୍ତ। ଦୁଇ ଜଣଙ୍କ ଯୋଡି ମଧ୍ୟ ଭଲ ଦେଖାଯିବ। ‘

ସୂଚନା ଅନୁଯାୟୀ, ପ୍ରିୟଙ୍କା ଚୋପ୍ରାଙ୍କ ମାଉସୀ ଚାହୁଁଥିଲେ ଯେ ଅଭିନେତ୍ରୀ ମୋହିତ ରାଇନାଙ୍କୁ ବିବାହ କରନ୍ତୁ, ଯିଏ ଦେବୋଁକେ ଦେବ ମହାଦେବରେ ଭଗବାନ ଶିବ ଭୂମିକାରେ ଅଭିନୟ କରନ୍ତି। ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ମୋହିତ ଜଣେ ଭଲ ବ୍ୟକ୍ତି ଏବଂ ଜଣେ ମହାନ ଅଭିନେତା ବୋଲି ପରିବାର ଅନୁଭବ କରିଥିଲେ।


ଯେତେବେଳେ ମୋହିତ ରାଇନା ଏହା ବିଷୟରେ ଜାଣିବାକୁ ପାଇଥିଲେ, ଅଭିନେତା ବହୁତ ଖୁସି ହୋଇଯାଇଥିଲେ । ସେ କହିଥିଲେ ଯେ ପ୍ରିୟଙ୍କା ଜଣେ ସୁପରଷ୍ଟାର ଏବଂ ସେ ଜଣେ ଆକ୍ଟର । ଏହି ଜନ୍ମରେ ନୁହେଁ ଆର ଜନ୍ମରେ ତାଙ୍କର ରାଜକୁମାର ହେବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ