ମନୋରଞ୍ଜନ

କଲେଜ ପ୍ରଫେସର ପଠାଇଥିଲେ ଅଶ୍ଳୀଳ ମେସେଜ୍, ସୋସିଆଲ ମିଡିଆରେ ସେୟାର କରି ଅଭିନେତ୍ରୀ ଦେଲେ ଉଚିତ୍ ଜବାବ

ମୁମ୍ବାଇ ୧୬/୦୫: ଝିଅମାନଙ୍କୁ କେବଳ ରାସ୍ତାରେ ନୁହେଁ, ବରଂ ସୋସିଆଲ ମିଡିଆରେ ମଧ୍ୟ ହଇରାଣ କରାଯାଉଛି । କେତେବେଳେ ସେମାନଙ୍କୁ ଅପମାନଜନିତ କଥା ପଠାଯାଉଛି ତ ଆଉ କେତେବେଳେ ଅଶ୍ଳୀଳ ମେସେଜ୍ । ଜଣେ କଲେଜ ପ୍ରଫେସର ସୋସିଆଲ ମିଡିଆରେ ସାଉଥ ଅଭିନେତ୍ରୀ ତଥା ଗାୟିକା ସୌନ୍ଦର୍ଯ୍ୟାଙ୍କୁ ଆପତ୍ତିଜନକ ମେସେଜ ପଠାଇଛନ୍ତି। କିନ୍ତୁ ଅଭିନେତ୍ରୀ ଚୁପ୍ ରହିନାହାଁନ୍ତି । ସେ ଇନଷ୍ଟାଗ୍ରାମରେ ତାଙ୍କ ମେସେଜ ସେୟାର କରି ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।

ସୌନ୍ଦର୍ଯ୍ୟାଚିନ୍ତା ପ୍ରକଟ କରିଛନ୍ତି ଯେ ଯଦି ଜଣେ କଲେଜ ପ୍ରଫେସର ସୋସିଆଲ ମିଡିଆରେ ଏପରି କାର୍ଯ୍ୟ କରୁଛନ୍ତି, ତା’ହେଲେ ତାଙ୍କ କଲେଜର ଝିଅମାନେ ସତର୍କ ହେବା ଉଚିତ୍।

ସୌନ୍ଦର୍ଯ୍ୟାଲେଖିଛନ୍ତି, ‘ ଏହି ପ୍ରଫେସର ଯିଏ ଜଣେ ମହିଳାଙ୍କ ସହ ଏହିପରି କଥାବାର୍ତ୍ତା କରୁଛନ୍ତି। ଏହା ଲଜ୍ଜାଜନକ ଅଟେ । ତାଙ୍କ ପ୍ରୋଫାଇଲରେ ଦର୍ଶାଯାଇଛି ଯେ ସେ ମଦୁରାଇର ଜଣେ ପ୍ରଫେସର। ମୁଁ ଆଶା କରୁଛି ତାଙ୍କ କଲେଜର ଝିଅମାନେ ସୁରକ୍ଷିତ ଥିବେ। ‘

ସୌନ୍ଦର୍ଯ୍ୟା ଟେଲିଭିଜନରେ ଅନେକ ସୋ’ କରିଛନ୍ତି । ସେ ସୁପର ସିଙ୍ଗର ସୋ’ରେ ପ୍ରତିଯୋଗୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ଆଗକୁ ବଢିଥିଲେ। ସେ ‘କବାଲି’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ ଯେଉଁଥିରେ ସେ ଜଣେ ପବ୍ ଗାୟିକ ଭୂମିକାରେ ଅଭିନୟ କରିଥିଲେ। ଶେଷ ଥର ପାଇଁ ଥାଲପତି ବିଜୟ ଏବଂ ବିଜୟ ସେତୁପତୀଙ୍କ ‘ମାଷ୍ଟର’ରେ ସୌନ୍ଦର୍ଯ୍ୟା ନଜର ଆସିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ