ଖେଳ

ବଲ୍ ବିକୃତ ବିଷୟରେ ଅନ୍ୟ ବୋଲର୍‌ ଜାଣିଥିଲେ: ବନ୍‌କ୍ରଫ୍ଟ ତଦନ୍ତ ପେଡ଼ି ଖୋଲିବ କ୍ରିକେଟ୍‌ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ୨୦୧୮ ମସିହାର ନ୍ୟୁଲାଣ୍ଡ୍‌ସ ଟେଷ୍ଟ୍ (ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ) ବଲ୍ ବିକୃତ ବିବାଦ ବିଶ୍ବ କ୍ରିକେଟ୍‌ରେ ଚହଳ ପକାଇ ଦେଇଥିଲା। ଏହାର ମୁଖ୍ୟ ଚରିତ୍ର ରହିଥିବା କାମେରନ୍‌ ବନ୍‌କ୍ରଫ୍ଟ ଶନିବାର ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଷ୍ଟିଭେନ୍ ସ୍ମିଥ୍‌, ଡେଭିଡ୍ ୱାର୍ଣ୍ଣର ଓ ମୋ ବ୍ୟତୀତ ଅନ୍ୟ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଏ ବିଷୟରେ ଅବଗତ ଥିଲେ ବୋଲି ବନ୍‌କ୍ରଫ୍ଟ କହିଛନ୍ତି। ବନ୍‌କ୍ରଫ୍ଟ ବଲ୍‌ରେ ବାଲି କାଗଜ ଘସି କ୍ୟାମେରାରେ ଧରାପଡ଼ିଥିଲେ। ‘‘କାର୍ଯ୍ୟକଳାପ ପାଇଁ ମୁଁ ଦାୟୀ ଥିଲି। କିନ୍ତୁ ଦଳର ଅନ୍ୟ ବୋଲରମାନେ ମଧ୍ୟ ଏ ବିଷୟରେ ଅବଗତ ଥିଲେ’’ ବୋଲି ବନ୍‌କ୍ରଫ୍ଟ ‘ଦ ଗାର୍ଡିଏନ’କୁ ଦେଇଥିବା ସାକ୍ଷାତାକରରେ ପ୍ରକାଶ କରିଛନ୍ତି।

ମୁଁ ମୂଲ୍ୟବୋଧ ପାଇଁ ଢେର କାମ କରିଥିଲି, କିନ୍ତୁ ଶେଷରେ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲି। ବଲରେ ବାଲି କାଗଜ ଘସିବା ପର୍ଯ୍ୟନ୍ତ ମୁଁ କରୁଥିବା ଭୁଲକୁ ଅନୁଭବ କରିପାରିନଥିଲି। ପାଗଳ ଭଳି ନି‌ଷ୍ପତ୍ତି ନେଇଥିଲି ବୋଲି ବନ୍‌କ୍ରଫ୍ଟ ସ୍ବୀକାର କରିଥିଲେ। ଅଧିକ ସଚେତନ ଥିଲେ ଏଭଳି କରିନଥା’ନ୍ତି ବୋଲି ସେ କହିଥିଲେ। ବାନ୍‌କ୍ରଫ୍ଟଙ୍କ ଏଭଳି ଚାଞ୍ଚଲ୍ୟକର ବୟାନ ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ୩ ବର୍ଷ ତଳର ସେହି ବଲ୍‌ ବିକୃତ ଘଟଣାର ତଦନ୍ତ ପେଡ଼ିକୁ ପୁଣି ଖୋଲିବ ବୋଲି ଶନିବାର କହିଛି।

ସୂଚନାଯୋଗ୍ୟ, ସାଥୀ ବୋଲର ଭାବେ ଏହି ମ୍ୟାଚ୍‌ରେ ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲ୍‌ଉଡ୍, ମ‌ିଚେଲ୍ ମାର୍ସ ଏବଂ ସ୍ପିନର୍‌ ନାଥନ୍ ଲାୟନ୍ ସାମିଲ ଥିଲେ। ୩ ବର୍ଷ ତଳର ଏହି ଘଟଣା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ କଠୋର ନିଷ୍ପତ୍ତି ନେଇଥିଲା। ବନ୍‌କ୍ରଫ୍ଟଙ୍କୁ ୯ ମାସ ନିଲମ୍ବିତ କରାଯାଇଥିବା ବେଳେ ସ୍ମିଥ୍ ଓ ୱାର୍ଣ୍ଣରଙ୍କୁ ୧ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ସ୍ମିଥଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏବଂ ୱାର୍ଣ୍ଣରଙ୍କୁ ଆଜୀବନ ନେତୃତ୍ବ ନ ଦେବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଚର୍ଚିତ ସ୍କାଣ୍ଡାଲ୍ ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଡାରେନ୍ ଲିମ୍ୟାନ୍ ମଧ୍ୟ ଇସ୍ତଫା ‌ଦେଇଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ