ମନୋରଞ୍ଜନ

ପପୁଙ୍କ ଅନ୍‌ଲାଇନ୍ କ୍ଲାସ୍

ପପୁ ପମ୍‌ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀ। ଏହି ହାସ୍ୟ ଅଭିନେତାଙ୍କୁ କିଏ ବା ନ ଜାଣେ। ସବୁଠି ତାଙ୍କ ପ୍ରଶଂସକ। ଟିଭି ପରଦାରେ ପପୁଙ୍କ ନଖରାମି ଦର୍ଶକଙ୍କୁ ଭରପୂର ମନୋରଂଜନର ଖୋରାକ ଯୋଗାଇଛି। ଟିକିଏ ସୁଯୋଗ ମିଳିଲେ, ପପୁ ତାଙ୍କର ହସ ପେଡ଼ି ଖୋଲିଦିଅନ୍ତି। ଦର୍ଶକଙ୍କ ମୁହଁରେ ବାଣ୍ଟି ଦିଅନ୍ତି ହସ, ସାଉଣ୍ଟି ଆଣନ୍ତି ପ୍ରଶଂସକଙ୍କ ଭଲ ପାଇବା। କୋଭିଡ୍ ସଂକ୍ରମଣ ସମୟରେ ପପୁ ପମ୍‌ପମ୍ ନେଇ ଆସିଛନ୍ତି ନିଜ ଅନ୍‌ଲାଇନ୍ କ୍ଲାସ୍‌।

କରୋନା ମହାମାରୀରେ ଲୋକଙ୍କ ମନରୁ ଦୁଃଖ ଅବସାଦକୁ ଭୁଲାଇ ତାଙ୍କୁ ମନୋରଂଜନର ଖୋରାକ୍‌ ଯୋଗାଇବା ପାଇଁ ପପୁ ଏକ ନୂଆ ଅବତାରରେ ଆସିଛନ୍ତି। କରୋନାର ଦ୍ୱିତୀୟ ଲହରରେ ପପୁ ଆରମ୍ଭ କରିଛନ୍ତି ନିଆରା କମେଡି ସୋ ‘ପପୁ ସାର୍ ଇନ୍ ଅନ୍‌ଲାଇନ୍’। ଟିକେ ହଟ୍‌କେ ଅନ୍ଦାଜରେ ସେ ନିଜ ମନର ପରିଭାଷାକୁ ଓଗାଳୁଛନ୍ତି। ଚିରାଚରିତ କମେଡ଼ି ନୁହେଁ, ବରଂ ଅନେକ ଜଣାଅଜଣା ଘଟଣା ଓ ପ୍ରଶ୍ନୋତ୍ତର ସହ ଏହି ସୋ’ ଅଗଣିତ ଦର୍ଶକଙ୍କୁ ଦେଇ ଚାଲିଛି ମନୋରଂଜନର ନିଆରା ସ୍ୱାଦ। ଭିନ୍ନଭିନ୍ନ କଥାବସ୍ତୁ, ଇତିହାସ, ପୌରାଣିକ କଥା ଓ କିଛି ମଂଜ କଥା କହି ଦର୍ଶକଙ୍କୁ ପରଷୁଛନ୍ତି କୌତୁକିଆ ଅନ୍ନ ବ୍ୟଞ୍ଜନ।

ବେଶ ଅଳ୍ପ ଦିନରେ ପପୁଙ୍କ ଏହି ନୂଆ ଇନିଂସ ଲୋକପ୍ରିୟ ହୋଇପାରିଛି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ରେ ଲେକେ ପପୁଙ୍କୁ ଏହି ସୋ’ ଦେଖିବାକୁ ସମୟ ଜୁଟାଇବାରେ ଆଦୌ ହେଳା କରୁନାହାନ୍ତି। ପପୁ କ୍ରିଏସନ୍ସ ନିବେଦିତ ଏହି ସୋ’ ସକାଳ ୮ଟାରୁ ୧୦ ମଧ୍ୟରେ ୟୁ-ଟ୍ୟୁବ୍‌ରେ ଉପଲବ୍‌ଧ ହେଉଛି। ଦିନକୁ ଦିନ ଏହି ସୋ’ର ଦର୍ଶକଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ