ଖେଳ

ପାୱାର ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ୨୦୧୮ ଟି-୨୦ ବିଶ୍ବକପ୍‌ ପରେ ବିବାଦରେ ଛନ୍ଦି ହୋଇ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ବହିଷ୍କୃତ ହୋଇଥିବା ରମେଶ ପାୱାର ପୁଣି ଥରେ ଏହି ଦାୟିତ୍ବକୁ ଫେରିଛନ୍ତି। ସେ ପୂର୍ବତନ ପ୍ରଶିକ୍ଷକ ଡବ୍ଲ୍ୟୁଭି ରମଣଙ୍କ ସ୍ଥାନରେ ନିଯୁକ୍ତ ହେଲେ ବୋଲି ବିସିସିଆଇ ପକ୍ଷରୁ ଗୁରୁବାର ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

କ୍ରିକେଟ୍‌ ପରାମର୍ଶଦାତା ସମିତି (ସିଏସି) ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଲାଗି ପୂର୍ବତନ ଭାରତୀୟ ସ୍ପିନର ପାୱରଙ୍କ ନାଁ ସୁପାରିସ କରିଥିଲା। ମଦନ ଲାଲଙ୍କ ନେତୃତ୍ବାଧୀନ ସିଏସି ଡବ୍ଲ୍ୟୁଭି ରମଣଙ୍କ ସହ ୮ ଜଣ ଆବେଦନକାରୀଙ୍କ ସାକ୍ଷାତକାର ନେଇଥିଲେ। ଏମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ୱିକେଟ୍‌ରକ୍ଷକ ଅଜୟ ରାତ୍ରା ଏବଂ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ହେମଲତା କାଲାଙ୍କ ସହ ୪ ମହିଳା ଆବେଦନକାରୀ ଥିଲେ। ତେବେ ରମଣ ଓ ପାୱାରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ହେଲେ ସମସ୍ତଙ୍କୁ ପଛରେ ପକାଇ ଏହି ପଦ ଲାଗି ପାୱାର ଯୋଗ୍ୟ ହୋଇଥିଲେ।

ମଦନ ଲାଲ, ସୁଲକ୍ଷଣା ନାଏକ, ଆର୍‌ପି ସିଂହଙ୍କୁ ନେଇ ଗଠିତ ସିଏସି ପାୱାରଙ୍କ ନାଁ ଚୂଡ଼ାନ୍ତ କରି ବିସିସିଆଇକୁ ପଠାଇଥିଲା। ବିସିସିଆଇ ପାୱାରଙ୍କ ନାଁରେ ମୋହର ମାରିଥିଲା। ‘‘ବିସିସିଆଇ ଭାରତୀୟ ବରିଷ୍ଠ ମହିଳା ଦଳର ପ୍ରଶିକ୍ଷକ ଭାବେ ରମେଶ ପାୱାରଙ୍କୁ ନିଯୁକ୍ତି କରିଛି। ବିସିସିଆଇ ଏହି ପଦ ପାଇଁ ବିଜ୍ଞାପନ ଦେଇଥିଲା ଏବଂ ୩୫ ଆବେଦନ ମିଳିଥିଲା’’ ବୋଲି ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ଲାଗି ଦଳକୁ ପ୍ରସ୍ତୁତ କରିବା ପାୱାରଙ୍କ ପାଇଁ ଏବେ ମୁଖ୍ୟ ଆହ୍ବାନ ହେବ। ଦଳର ଲଣ୍ଡନ ଗସ୍ତରୁ ସେ କାର୍ଯ୍ୟ ଆରମ୍ଭ କରିବେ। ଜୁନ୍‌ ୧୬ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ଖେଳି ଏହି ଗସ୍ତ ଆରମ୍ଭ କରିବ ଭାରତ। ବିଶ୍ବକପ୍‌ ପୂର୍ବରୁ ବି ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ