ନୂଆଦିଲ୍ଲୀ ୧୪/୫: ଦିନଥିଲା ପୂର୍ବତନ କ୍ରିକେଟର ରମେଶ ପାୱାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମହିଳା କ୍ରିକେଟର ମିତାଲି ରାଜ୍ । ବର୍ତ୍ତମାନ ସେମାନେ ପୁଣି ଏକାଠି କାମ କରିବେ । ପୂର୍ବତନ ସ୍ପିନର ରମେଶ ପାୱାରଙ୍କୁ ଗୁରୁବାର ଦିନ ମହିଳା ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଡବ୍ଲୁ.ଭି ରମଣଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି । ପାୱାର ଏହା ପୂର୍ବରୁ ଦଳ ସହିତ ଥିଲେ ।
ତେବେ ୨୦୧୮ ଟି -20 ବିଶ୍ୱକପ ପରେ ବରିଷ୍ଠ ଖେଳାଳି ମିତାଲି ରାଜଙ୍କ ସହ ବିବାଦ ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ପୂର୍ବତନ ଭାରତୀୟ ଖେଳାଳି ମଦନ ଲାଲଙ୍କ ନେତୃତ୍ୱରେ କ୍ରିକେଟ୍ ପରାମର୍ଶଦାତା କମିଟି (CAC) ବର୍ତ୍ତମାନର କୋଚ୍ ଡବ୍ଲୁ.ଭି ରମଣଙ୍କ ବ୍ୟତୀତ ୮ ଜଣଙ୍କ ସହ ବିଚାର ବିମର୍ଶ କରାଯଇଥିଲା । ଯେଉଁମାନେ ପାଓ୍ୱାରଙ୍କ ନାଁକୁ ସୁପାରିଶ କରିଥିଲେ । ବିସିସିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ବିସିସିଆଇ ରମେଶ ପାୱାରଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବିସିସିଆଇ ଏହି ପୋଷ୍ଟ ପାଇଁ ବିଜ୍ଞାପନ ଦେଇଥିଲା । ଏବଂ ୩୫ ରୁ ଅଧିକ ଆବେଦନ ଗ୍ରହଣ କରିଥିଲେ ।