ସ୍ୱାସ୍ଥ୍ୟ

ଷ୍ଟ୍ରୋକର ଆଶଙ୍କାକୁ କମ୍ କରିବ ଏହି ୭ଟି ଜିନିଷ : ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ


ଆପଣ ଜାଣନ୍ତି କି ପ୍ରତି ୪୦ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ। ଆମେରିକାରେ ଷ୍ଟ୍ରୋକ ମୃତ୍ୟୁର ପଞ୍ଚମ ସବୁଠୁ ବଡ଼ କାରଣ। ଷ୍ଟ୍ରୋକ୍ ଯେକୌଣସି ମଣିଷଙ୍କୁ ହୋଇପାରେ। ଡାକ୍ତରଙ୍କ ମତରେ ମସ୍ତିଷ୍କର କୋଶିକା ମଧ୍ୟରେ ଠିକ ଭାବେ ରକ୍ତ ସଞ୍ଚାରଣ ନ ହେବା ଫଳରେ ଏହା ହୋଇଥାଏ। ଯେତେବେଳେ ଏହି କୋଶିକାଗୁଡ଼ିକୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଏବଂ ପୋଷଣ ମିଳିବା ବନ୍ଦ ହୋଇଯାଇଥାଏ ସେତେବେଳେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ।

ଷ୍ଟ୍ରୋକ ପ୍ରତି ଲୋକଙ୍କୁ ଜାଗ୍ରତ କରିବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୨୯ତାରିଖରେ ‘ଓ୍ବାଲର୍ଡ ଷ୍ଟ୍ରୋକ ଡେ’ ପାଳନ କରାଯାଇଥାଏ। ଆମେରିକାରେ ୪୯ପ୍ରତିଶତ ଲୋକଙ୍କଠାରେ ହାଇ ବ୍ଳଡ ପ୍ରେସର,ହାଇ କୋଲେଷ୍ଟୋଲ୍ ଏବଂ ସ୍ମୋକିଂ ଫଳରେ ଷ୍ଟ୍ରୋକ ସମସ୍ୟା ହୋଇଥାଏ। ଯଦି ମଣିଷ ଯେକୌଣସି ମତେ ନିଜ ରକ୍ତ ସଞ୍ଚାରଣକୁ ନିୟନ୍ତ୍ରିତ କରି ଦେଇଥାଏ ତେବେ ଏହି ଭୟଙ୍କର ରୋଗରୁ ମୁକ୍ତି ମିଳିପାରିବ। ଏଥିପାଇଁ ତାଙ୍କୁ ନିଜ ଡେଲି ଡାଇଟରେ କିଛି ଜିନିଷ ସାମିଲ କରିବାକୁ ପଡ଼ିବ।

୧. ୟୋଗର୍ଟ : ହାଇ ଫ୍ୟାଟ୍ ଯୁକ୍ତ କ୍ଷୀର ଜାତୀୟ ଖାଦ୍ୟ ଆମ ହୃଦୟର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। କିନ୍ତୁ ଆପଣ ବିନା ଫ୍ୟାଟ୍ ଯୁକ୍ତ ପ୍ଲେନ୍ ୟୋଗର୍ଟ ଖାଇ ପାରିବେ। ଏଥିରେ ଫାଇବରର ଭରପୂର ମାତ୍ରା କେବଳ ଆପଣଙ୍କ ହୃଦୟ ପାଇଁ ଭଲ ହୋଇନଥାଏ ବରଂ ଏହା ଆପଣଙ୍କ ରକ୍ତ ସଞ୍ଚାଳନକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

୨. କଦଳୀ : ଯେଉଁ ମହିଳାମାନେ ଅଧିକ ପୋଟାସିୟମ୍ ଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ଠାରେ ଷ୍ଟ୍ରୋକର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ କମ୍ ହୋଇଥାଏ। ପୋଟାସିୟମ୍ ପାଇଁ କେବଳ କଦଳୀ ହିଁ ଏକମାତ୍ର ଉପଯୁକ୍ତ ଖାଦ୍ୟ। ତୁରନ୍ତ ଏନର୍ଜି ପାଇଁ ମଧ୍ୟ କଦଳୀ ଅଧିକ ଲାଭଦାୟକ ହୋଇଥାଏ।

୩. କନ୍ଦମୂଳ : ହାଇ ବ୍ଲଡ ପ୍ରେସର କାରଣରୁ ହେଉଥିବା ଷ୍ଟ୍ରୋକ ସମସ୍ୟାରୁ ମୁକ୍ତି ପାଇବା ପାଇଁ କନ୍ଦମୂଳ ମଧ୍ୟ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫାଇବର ଏବଂ ପୋଟାସିୟମ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

୪. ବନ୍ଧାକୋବି ଭଳି ଦେଖାଯାଉଥିବା ବ୍ରସଲ୍ସ ସ୍ପ୍ରାଉଟ୍ ଆକାରରେ ଛୋଟ ହୋଇଥାଏ। ଔଷଧୀୟ ଗୁଣରେ ଭରପୂର ବ୍ରସଲ୍ସ ସ୍ପ୍ରାଉଟ୍ ହାଇ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରି ଷ୍ଟ୍ରୋକ ସମସ୍ୟା ଦୂର କରିଥାଏ। ଏକ କପ୍ ବ୍ରସଲ୍ସ ସ୍ପ୍ରାଉଟରେ ୩୫୦ମିଲିଗ୍ରାମ୍ ପୋଟାସିୟମ ରହିଥାଏ। ଆପଣ ଏହାକୁ ପ୍ରସ୍ତୁତ କରି ,ଫୁଟାଇ କିମ୍ବା ଭାଜି ଖାଇ ପାରିବେ।

୫. ମାଛ : ମାଛରେ ଓମେଗା-୩ ଫ୍ୟାଟି ଏସିଡ ଥାଏ। ଯାହା ଶରୀରରେ ଭଲ HDL କୋଲେଷ୍ଟୋଲର ମାତ୍ରା ବଢ଼ାଇଥାଏ ଏବଂ ଖରାପ LDLର ମାତ୍ରା କମାଇ ଥାଏ। ସାଲମନ,ସରଡାଇନ୍ସ ଏବଂ ମ୍ୟାକେରଲ୍ ୩ ପ୍ରକାରର ମାଛରେ ଓମେଗା ୩ର ମାତ୍ରା ସବୁଠୁ ଅଧିକ ଥାଏ।

୬. ଡାଲିୟା : ଫାଇବରରେ ଭରପୂର ଡାଲିୟା ମଧ୍ୟ ଶରୀରରେ LDL କୋଲେଷ୍ଟୋଲକୁ କମାଇବାରେ ସାହାଯ୍ୟ କରିଥାଏ। ଶରୀର ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଜିନିଷ। କିଛି ଲୋକ ତ ନିଜ ସକାଳ ଜଳଖିଆରେ ଡାଲିୟାକୁ ସାମିଲ କରିବାକୁ ଭୁଲନ୍ତି ନାହିଁ। ଆପଣ ଏହାକୁ ସୁପ୍ କିମ୍ବା ପଲାଉ ଭଳି ରୋଷେଇ କରି ଖାଇ ପାରିବେ।

୭. ଆଭୋକାଡୋ : ମୋନୋ ଅନସ୍ୟାଚୁରେଟେଡ ଫ୍ୟାଟରେ ଭରପୂର ଆଭୋକାଡୋ ଧମନୀ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ କୋଲେଷ୍ଟୋଲର ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଏହା ଷ୍ଟ୍ରୋକ୍ ବ୍ୟତୀତ କ୍ୟାନସର,ଆର୍ଥରାଇଟିସ୍ ଏବଂ ଆଖିର ଦୁର୍ବଳତା ପାଇଁ ମଧ୍ୟ ଲାଭଦାୟକ ଅଟେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।