ମନୋରଞ୍ଜନ

ୱେଲକମ୍ ଆଦା

କୋଭିଡ୍ ଭଳି ଦୁଃସମୟରେ କେହି ଖୁସି ମନେଇବା ପାଇଁ ଆଉ ସ୍ବତନ୍ତ୍ର ପାର୍ବଣର ଆୟୋଜନ କରୁନାହାନ୍ତି। ଏତିକିବେଳେ ବଲିଉଡ୍ ଅଭିନେତ୍ରୀ ଆଦା ଶର୍ମା ମଧ୍ୟ ନିଜର ଜନ୍ମଦିନକୁ ଭର୍ଚୁଆଲ୍ ମାଧ୍ୟମରେ ପାଳନ କରୁଛନ୍ତି। ଗତକାଲି ଥିଲା ଆଦାଙ୍କ ଜନ୍ମଦିନ। ଜନ୍ମଦିନରେ ସେ ସଂକଳ୍ପ ନେଇଛନ୍ତି ଯାହା ସବୁଠୁ ଶ୍ରେଷ୍ଠ ହେଇପାରିବ ସେ ତାଙ୍କ ଅବଶିଷ୍ଟ ଜୀବନରେ କରିବେ। ଆଦା କହିଛନ୍ତି, ‘ମୁଁ ମୋ ମମିଙ୍କ ସହ ଜନ୍ମଦିନ ପାଳନ କରିଛି। ଏତେବଡ଼ ଖୁସିରେ ମୁଁ ମୋ ସାଙ୍ଗମାନଙ୍କୁ ସାଥୀରେ ସାମିଲ କରିପାରିନାହିଁ। ଏଥିପାଇଁ ମୁଁ ଦୁଃଖିତ।

ଆଦା ନିଜ ଜନ୍ମଦିନ ପାଳନର ଏକ ଭିଡିଓ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରା୍‌ମରେ ପୋଷ୍ଟ କରି ତାଙ୍କ ପ୍ରଶଂସକମାନେ ଦେଇଥିବା ପ୍ରେମ ଓ ସ୍ନେହକୁ ଶେୟାର କରିଛନ୍ତି। ସେ କହିଛନ୍ତି, କାର୍ଯ୍ୟବସ୍ତତାରେ ଅନେକ ମନପସନ୍ଦର ଖାଦ୍ୟ ଖାଇପାରୁନଥିଲେ, ହେଲେ ଏବେ ସେସବୁ ଖାଇପାରୁଛନ୍ତି। ଲକଡାଉନରେ ସେ ପିଆନୋ ବଜେଇବା ସହ ତାଙ୍କର ନୃତ୍ୟାଭାସ ଜାରି ରଖିଛନ୍ତି। ଅନେକ ସାଙ୍ଗମାନଙ୍କ ସହ ବାର୍ତ୍ତାଳାପ କରି ସେ ନିଜର ପିଲାଦିନ ଓ ଛାତ୍ରଜୀବନକୁ ଫେରି ପାଇଛନ୍ତି। ଆଜିକାଲି ସେ ଟିକେ ଶାନ୍ତିରେ ବି ଶୋଇପାରୁଛନ୍ତି। ଆଦା ୨୦୦୮ରେ ପରଦାରେ ପାଦ ଦେଇଥିଲେ। ୧୯୨୦ ହେଉଛି ଆଦାଙ୍କ ଅଭିନୀତ ପ୍ରଥମ ସିନେମା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ