ଭଦ୍ରକ ୨୯।୧୦ : ଭଦ୍ରକରେ ଲକ୍ଷ୍ମୀପୂଜା ଓ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ବସିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଛି । ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା , ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ତେବେ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ଉପଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଅନୁମତି ନେବାକୁ ବାଧ୍ୟ । ମଣ୍ଡପ ଗୁଡିକ ୩ ପାଖ ଆବଦ୍ଧ ହେବାକୁ ଥିବା ବେଳେ ସମ୍ମୁଖ ଭାଗ ମଧ୍ୟ ଆବଦ୍ଧ ହେବ । ପୁରୋହିତ, କର୍ମକର୍ତ୍ତା ଙ୍କୁ ମିଶାଇ ୭ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ । ମୂର୍ତ୍ତି ଗୁଡିକର ଉଚ୍ଚତା ୪ଫୁଟ ଅଧିକ ହେବ ନାହିଁ । କମିଟି ପକ୍ଷରୁ ପ୍ରତି ମଣ୍ଡପର ଭିତରେ ଓ ବାହାରେ ସିସିଟିଭି ଲଗାଯିବ ।

କୌଣସି ଅପେରା, ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ମାଇକ ଆଦି ବ୍ୟବହାର ହେବ ନାହିଁ । ଭସାଣ ନିମନ୍ତେ କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ । କୋଭିଡ-19ର ନିୟମକୁ କୌଣସି ମଣ୍ଡପରେ ଉଲଘଂନ ହେବାର ଜଣାଗଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନ ଆଦାୟ କରାଯିବ । ଏହାସିହତ କମିଟି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କମିଟି ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
