ନୂଆଦିଲ୍ଲୀ ୧୨/୦୫: ଭଜନ ସମ୍ରାଟ୍ ଅନୁପ ଜଲୋଟା ଏବଂ ପଞ୍ଜାବୀ ସିଙ୍ଗର୍ ଜସଲିନ୍ ମଥାରୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅନୁପ ଜଲୋଟା ଜସଲିନଙ୍କ ପାଇଁ ଏକ ଗୀତ ଗାଇଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଜସଲିନ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେୟାର କରିବା ମାତ୍ରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଉପରେ କମେଣ୍ଟ ଦେଇ ୟୁଜର୍ସମାନେ କହୁଛନ୍ତି, କେବେ ଗର୍ଲଫ୍ରେଣ୍ଡ ତ ଆଉ କେବେ ଷ୍ଟୁଡେଣ୍ଟ ।
ଭିଡିଓରେ ଅନୁପ ଜଲୋଟା ଚେୟାରରେ ବସିଥିବା ନଜର ଆସିଛନ୍ତି ଏବଂ ତାଙ୍କ ପାଖରେ ବସିଥିବା ଜସଲିନ୍ ମଥାରୁ ତାଙ୍କ କେଶ ସହିତ ଖେଳୁଥିବା ନଜର ଆସିଛନ୍ତି। ଭିଡିଓରେ ଅନୁପ ଜଲୋଟା ମୁଝେ ଜବସେ ହୁଆ ହୈ ପ୍ୟାର ଗୀତରେ ଲିପ-ସିଙ୍ଗ କରୁଥିବା ନଜର ଆସିଛନ୍ତି।
ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜରମାନେ ଉଭୟଙ୍କ ବିଷୟରେ ଅଜବ କମେଣ୍ଟ ଦେଉଛନ୍ତି । କେହି ସେମାନଙ୍କୁ ପ୍ରଶଂସା କରୁଥିବାବେଳେ, ଆଉ କେହି ସେମାନଙ୍କ ବୟସ ବ୍ୟବଧାନ ଉପରେ ପ୍ରଶ୍ନ କରୁଛନ୍ତି । ଏହି ଭିଡିଓ ପୋଷ୍ଟରେ, ଜଣେ ୟୁଜର ଲେଖିଛନ୍ତି, ‘ଯଦି ଆପଣ ସଂପର୍କରେ ଅଛନ୍ତି, ତେବେ ଦୁନିଆକୁ କୁହନ୍ତୁ, କିନ୍ତୁ ଷ୍ଟୁଡେଣ୍ଟ ନାମକୁ ବଦନାମ କରନ୍ତୁ ନାହିଁ ।‘ ସେହିପରି ଆଉଜଣେ ୟୁଜର ଲେଖିଛନ୍ତି, ‘କେବେ ଷ୍ଟୁଡେଣ୍ଟ ତ ଆଉ କେବେ ଗର୍ଲଫ୍ରେଣ୍ଡ!’
ସଲମାନ ଖାନଙ୍କ ସୋ ‘ବିଗ୍ ବସ୍ ୧୨ କୁ ଆସିବା ପରେ ଅନୁପ-ଜସଲିନ୍ ବହୁତ ଚର୍ଚ୍ଚିତ ହୋଇଥିଲେ। ‘ବିଗ୍ ବସ୍’ ଘରକୁ ଯିବା ପରେ ଉଭୟଙ୍କ ବିଷୟରେ ଅନେକ ଖବର ଆସିଥିଲା। ଏହି ସମୟରେ ଯେତେବେଳେ ଦୁହେଁ ଯୋଡି ଭାବରେ ‘ବିଗ୍ ବସ୍’ର ଘରେ ପ୍ରବେଶ କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଭିଡିଓ ସେୟାର କରିବା ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଜସଲିନ୍ ମାଥରୁ କହିଥିଲେ ଯେ ମୋର ଏବଂ ଅନୁପ ଜୀଙ୍କର ସମ୍ପର୍କ ଜଣେ ଗୁରୁ-ଶିଷ୍ୟ । ବିଗ୍ ବସ୍ ଘରେ ମୁଁ ଯାହା କହିଥିଲି ତାହା କେବଳ ଥଟ୍ଟା ଥିଲା ।
ଜସଲିନ୍ ଏବଂ ଅନୁପ ଜଲୋଟାଙ୍କ ଯୋଡି ଖୁବ୍ ଶୀଘ୍ର ଫିଲ୍ମ ‘ୱୋ ମେରୀ ଷ୍ଟୁଡେଣ୍ଟ୍ ହୈ’ ରେ ଦେଖିବାକୁ ମିଳିବ । ଦୁହେଁ ଏକାଠି ଏହି ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରରୁ ଜସଲିନ୍ ଏବଂ ଅନୁପ ଜଲୋଟାଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇସାରିଛି। ଏଥି ସହିତ ଗତ ବର୍ଷ ଫିଲ୍ମଟି ରିଲିଜ ହେବାର ଥିଲା କିନ୍ତୁ କରୋନା କାରଣରୁ ତାହା ହୋଇପାରି ନଥିଲା। ଫିଲ୍ମଟି ବର୍ତ୍ତମାନ ଏମଏକ୍ସ ପ୍ଲେୟାରରେ ଷ୍ଟ୍ରିମ୍ କରିବାକୁ ପ୍ରସ୍ତୁତ ।

