ମନୋରଞ୍ଜନ

ମା’ କାଳୀଙ୍କ ଜ୍ୟାକେଟ୍ ପିନ୍ଧି ଟ୍ରୋଲ୍ ହେଲେ ପ୍ରିୟଙ୍କା , ୟୁଜର୍ କହିଲେ-ଭଗବାନ ଫ୍ୟାସନ୍ ପାଇଁ ନୁହଁନ୍ତି

ନୂଆଦିଲ୍ଲୀ ୧୨/୦୫: ବଲିଉଡ ପରେ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବେଶ ସକ୍ରିୟ । ସେ ପ୍ରୟତଃ ଫ୍ୟାନ୍ସମାନଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ସେୟାର୍ କରିଥାନ୍ତି । ପ୍ରିୟଙ୍କା ହୁଏତ ଏକ ଗ୍ଲୋବାଲ୍ ଷ୍ଟାର ହୋଇଥାଇ ପାରନ୍ତି କିନ୍ତୁ ତାଙ୍କ ଲୁକରେ ଦେଶୀ ଟଚ୍ ନିଶ୍ଚିତ ଭାବରେ ଦେଖାଯାଏ । ଆଜିକାଲି ସୋସିଆଲ ମିଡିଆରେ ସ୍ୱାମୀ ନିକ ଜୋନାସଙ୍କ ସହ ପ୍ରିୟଙ୍କାଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତାଙ୍କର ଏହି ଫଟୋ ଦେଖି ୟୁଜରମାନେ ତାଙ୍କୁ କ୍ରମାଗତ ଭାବରେ ଟ୍ରୋଲ କରୁଛନ୍ତି । ବାସ୍ତବରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ ପେଜ୍ ଅଭିନେତ୍ରୀଙ୍କ ଏକ ଫଟୋ ସେୟାର କରିଛି । ଯେଉଁଥିରେ ସେ ନିକଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ଏହି ସମୟରେ ପ୍ରିୟଙ୍କା ରେଡ୍ କଲରର ଫ୍ଲୋରାଲ୍ ଡ୍ରେସ୍ ପିନ୍ଧିଛନ୍ତି ।

ତାଙ୍କର ରେଡ୍ ଜ୍ୟାକେଟରେ କାଳୀ ମାଙ୍କର ଫଟୋ ତିଆରି ହୋଇଛି । କିଛି ଲୋକ ପ୍ରିୟଙ୍କାଙ୍କ ଡ୍ରେସକୁ ପ୍ରଶଂସା କରୁଥିବାବେଳେ କେହି କେହି ତାଙ୍କୁ ଜୋରରେ ଟ୍ରୋଲ କରୁଛନ୍ତି । ଜଣେ ୟୁଜର୍ କମେଣ୍ଟ ଦେଇଛନ୍ତି, ‘ଭଗବାନ ଫ୍ୟାଶନ ପାଇଁ ନୁହଁନ୍ତି।‘ ସେହିପରି ଆଉଜଣେ ଲେଖିଛନ୍ତି, ‘ଆମେ ଆମ ଦେବତାଙ୍କୁ ପିନ୍ଧୁ ନାହୁଁ ।‘

ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ନିଜର ଏକ ଚମତ୍କାର ଫଟୋ ସେୟାର କରିଥିଲେ କିଛି ଲୋକ ତାଙ୍କ ଫଟୋକୁ ପ୍ରଶଂସା କରିଥିବାବେଳେ କେହି କେହି ତାଙ୍କୁ ଜୋରରେ ଟ୍ରୋଲ କରିଥିଲେ। ଲୋକମାନେ ଟ୍ରୋଲ କରି କହିଛନ୍ତି ଯେ ଭାରତ ମରୁଛି ଏବଂ ଏଭଳି ପରିସ୍ଥିତିରେ ଆପଣ ଫଟୋ କ୍ଲିକ୍ କରୁଛନ୍ତି। ଏହା ଆଶା କରାଯାଇନଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ