ଖେଳ

“ଫିରସେ ଲୌଟେଙ୍ଗେ ଓ୍ୱହି ଯୋଶ୍ କେ ସାଥ” : ଟ୍ୱିଟରରେ ଭିଡିଓ ପୋଷ୍ଟ କଲା CSK, ଭାବପ୍ରବଣ ହେଲେ ଫ୍ୟାନ୍ସ

ନୂଆଦିଲ୍ଲୀ ୧୨/୫: IPL କୁ ଭୁଲିପାରୁନାହାଁନ୍ତି ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସ । ପ୍ରଶଂସକମାନେ ଆଇପିଏଲ୍ ସ୍ମୃତିରେ ବୁଡି ରହିଛନ୍ତି । ଦଳକୁ ମନେ ପକାଇ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ ପ୍ରଶଂସକମାନେ । IPLକୁ କରୋନା ଗ୍ରହଣ ଲାଗିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସ । ତେବେ ଏମାନଙ୍କ ମୁହଁରେ ହସ ଟିିକିଏ ଫୁଟାଇବାକୁ ଟ୍ୱିଟରରେ ପ୍ରୟାସ କରିଛି ଟିମ୍ CSK ।

ସୋସିଆଲ ମିଡିଆ ଜରିଆରେ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ ପ୍ରତିଶୃତି ଦେଇଛି CSK । ୫ ମିନିଟର ଏହି ଭିଡିଓରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଶଂସକଙ୍କୁ ଏକ ବାର୍ତ୍ତା ପଠାଇଛି । ଯେ ଆଇପିଏଲ୍ ପୁଣି ଆରମ୍ଭ ହେବା ମାତ୍ରେ ଦଳ ଦୃଢ ଭାବରେ ଫେରି ଆସିବ । ଦଳ ଦୃଢ ପ୍ରତ୍ୟାବର୍ତ୍ତନ ସହ କମବ୍ୟାକ୍ କରିବ ବୋଲି ପ୍ରଶଂସକଙ୍କୁ କୁହାଯାଇଛି । କହିବାକୁ ଗଲେ ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ସବୁଠୁ ଭଲ ପ୍ରଦର୍ଶନ ସହ ୨ୟ ସ୍ଥାନରେ ରହିଥିଲା ।

7 ଟି ମ୍ୟାଚ ମଧ୍ୟରୁ 5 ଟି ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହି ଭିଡିଓରେ ପ୍ରସ୍ତୁତି ଏବଂ ବିଜୟ ରହିଛି । ଏହି ଭିଡିଓ ଦର୍ଶାଉଛି ଯେ ଦଳ କିପରି ଆଇପିଏଲ୍ ୨୦୨୧ ପାଇଁ ଚେନ୍ନାଇରେ କ୍ୟାମ୍ପ କରିଥିଲା ​​ଏବଂ କ୍ୟାପଟେନ୍ଧୋ କୁଲ କେମିତି ଅଭ୍ୟାସ ପାଇଁ ପ୍ରଥମେ ପହଞ୍ଚିଥିଲେ । ଏହା ପରେ ଦଳର ବିଜୟ ଏବଂ ଖେଳାଳିଙ୍କ ମଧ୍ୟରେ ଥଟ୍ଟା ମଜା ମଧ୍ୟ ଏହି ଭିଡିଓରେ ପ୍ରଦର୍ଶିତ ହୋଇଛି । ପୋଷ୍ଟ ହେବା ପରେ ଭିଡିଓଟିକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ