ଶିକ୍ଷା ଓ ନିଯୁକ୍ତି

ଜେନେଟିକ୍‌ ଇଞ୍ଜିନିୟରଙ୍କ ଦାବି: ୨୦୪୫ ବେଳକୁ ମରିବା ହେବ ଇଚ୍ଛାଧୀନ, ବୟାସାଧିକ୍ୟ ରୋଗର ହୋଇପାରିବ ଚିକିତ୍ସା

ନୂଆଦିଲ୍ଲୀ ୨୮/୧୦: ୨୫ ବର୍ଷ ପରେ ମୃତ୍ୟୁ ଅକସ୍ମାତ ନୁହେଁ ବରଂ ନିଜ ଇଚ୍ଛାରେ ଆସିବ। ମୃତ୍ୟୁକୁ ବଶବର୍ତ୍ତୀ କରିବା ସହ ବୟସ କମାଇବା ସହଜ ହୋଇଯିବ ବୋଲି ବାର୍ସେଲୋନାର ଦୁଇ ଜେନେଟିକ୍‌ ଇଞ୍ଜିନିୟର ଦାବି କରିଛନ୍ତି। ସେମାନଙ୍କ ଦ୍ବାରା ପ୍ରକାଶିତ ଏକ ପୁସ୍ତକରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ଦାବି ଅନୁସାରେ ୨୦୪୫ ବେଳକୁ ମୃତ୍ୟୁ ସ୍ବଇଚ୍ଛାରେ ଆସିବାକୁ ଥିବା ବେଳେ ବୟାସିଧିକ୍ୟ କାରଣରୁ ଆଉ ଲୋକେ ମୃତ୍ୟୁବରଣ କରିବେ ନାହିଁ।

ଦୁଇ ଜେନେଟିକ୍‌ ଇଞ୍ଜିନିୟର ଲୁଇ କରୋଡରୋ ଓ କ୍ୟାମ୍ବ୍ରିଜ୍‌ର ଗଣିତଜ୍ଞ ଡେଭିଡ୍‌ ବୁଡ ‘ଦ ଡେଥ୍‌ ଅଫ ଡେଥ୍‌’ ନାମକ ଏକ ପୁସ୍ତକ ଲେଖିଛନ୍ତି। ସେମାନଙ୍କ କହିବା କଥା ହେଲା ବୟସ ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରୟା । କିନ୍ତୁ ବେଳେ ବେଳେ ବହୁ ଆଗରୁ ବୃଦ୍ଧ ହୋଇଯିବା ଏକ ଚିନ୍ତାଜନକ ବିଷୟ। କରୋଡରୋ ଓ ବୁଡଙ୍କ ମତରେ ୨୦୪୫ ସୁଦ୍ଧା ମଣିଷଙ୍କ ମୃତ୍ୟୁ କେବଳ କୈଣସି ଦୁର୍ଘଟଣା ଜନିତ କାରଣରୁ ହେବ ଆଉ ପ୍ରାକୃତିକ ଉପାୟରେ ମୃତ୍ୟୁ ହେବ ନାହିଁ।

ତେବେ ବୟସାଧିକ ହୋଇଯିବାକୁ ଏକ ରୋଗ ଭାବେ ଦେଖିବା ଦୁର୍ଭାଗ୍ୟଜନକ। ତେଣୁ ମଣିଷ ଏବେ ନିଜ ଇଚ୍ଛାରେ ବଞ୍ଚିପାରିବା ସହ ବୟସକୁ କମାଇପାରିବ। ଏହି ପ୍ରକ୍ରିୟାରେ ମଣିଷର ଖରାପ ଜିନ୍‌କୁ ସୁ୍ସ୍ଥ ଜିନ୍‌ରେ ପରିବର୍ତ୍ତନ କରିବାକୁ ପଡ଼ିବ । ଏହାସହ ମୃତ କୋସଗୁଡ଼ିକୁ ପରିବର୍ତ୍ତନ କରାଯିବ। ଏହାଦ୍ବାରା ଧିରେ ଧିରେ ମଣିଷ ଯୁବାବସ୍ଥାକୁ ଫେରିପାରିବ। ଥରେ ଯୁବାବସ୍ଥାକୁ ଫେରିବା ପରେ ମଣିଷ ଆଉ ମରିବାକୁ ଇଚ୍ଛା କରିବ ନାହିଁ ବୋଲି ମ୍ୟାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍‌ନୋଲୋଜିରେ କାର୍ଯ୍ୟରତ କରୋଡରୋ କହିଛନ୍ତି।
ଡିଏନଏ ଟେଲ୍ସ ଏଜିଂର ମୁଖ୍ୟ କାରଣ। ଯାହାକୁ ଟେଲୋମେରେସ୍‌ ବୋଲି କୁହାଯାଏ। ଆୁ ଏହି ସମସ୍ତ ପ୍ରକ୍ରିୟା କ୍ରୋମୋଜୋମ୍ସରେ ଘଟିଥାଏ। ଟେଲୋମେରେସ୍‌ ଶକ୍ତିହୀନ ହୋଇପଡ଼ିବା ପରେ ମଣିଷର ଶରୀର କ୍ଷତିଗ୍ରସ୍ତ ହୁଏ। ତେଣୁ ଏହାକୁ ବଡ଼ କରିବାକୁ ପଡ଼ିବ। ମଦ୍ୟପାନ, ଧୁମ୍ରପାନ ଓ ପ୍ରଦୂଷଣ କାରଣରୁ ଟେଲୋମେରେସ୍‌ କ୍ଷତିଗ୍ରସ୍ତ ହୋଇପଡ଼େ ବୋଲି ଜଣାପଡ଼ିଛି। ଏହି ସବୁ କାରଣ ପାଇଁ ଟେଲୋମେରେସ୍‌ ଛୋଟ ହୋଇଯାଏ ଆଉ ମଣିଷ ଖୁବଶୀଘ୍ର ବୁଢ଼ା ପରି ଦେଖାଯାଏ।

କ୍ୟାନ୍ସର ବା କର୍କଟ ଏବେ ମହାମାରୀର ରୂପ ନେଇଛି। ପ୍ରତିବର୍ଷ କର୍କଟ ରୋଗରେ ବହୁ ଲୋକ ପ୍ରାଣ ହରାଉଛନ୍ତି। କିନ୍ତୁ କରୋଡରୋ ଓ ବୁଡଙ୍କ ମତରେ ଆଗାମୀ ୧୦ ବର୍ଷ ମଧ୍ୟରେ କର୍କଟ ରୋଗ ମଧ୍ୟ ଭଲ ହେବାକୁ ଲାଗିବ । ଅନ୍ୟପଟେ ଜାପାନ ଓ କୋରିଆ ଭଳି ଦେଶରେ ଯଦି ପିଲାଜନ୍ମ ଉପରେ ଅଙ୍କୁଶ ଲାଗେ ତେବେ ୨୦୦ ବର୍ଷ ବେଳେକୁ ଏହି ସମ୍ପ୍ରଦାୟର ଲୋକେ ବିଲୁପ୍ତ ହୋଇଯିବେ ବୋଲି କରୋଡରୋ କହିଛନ୍ତି।

ଗୋଟିଏ ସ୍ମାର୍ଟଫୋନ୍‌ ଦାମ୍‌ରେ ଆଣ୍ଟି ଏଜିଂ ଚିକିତ୍ସା ହୋଇପାରିବ। ତେବେ ଏବେ ଏହି ଚିକିତ୍ସାର ମୂଲ୍ୟ ଅଧିକ ରହିବ ପରବର୍ତ୍ତୀ ସମୟରେ ପ୍ରତି ବ୍ୟକ୍ତି ଏହାକୁ ଆପଣାଇଲେ ଚିକିତ୍ସା ପାଇଁ ଅର୍ଥ କମ ଲାଗିବ । ଯେତେବେଳେ ନୂଆ ଚିକିତ୍ସା ପଦ୍ଧତ୍ତି ଆବିଷ୍କାର ହୁଏ ଏଥି ପାଇଁ ପ୍ରଚୁର ଅର୍ଥ ଆବଶ୍ୟକତା ପଡ଼େ। କିନ୍ତୁ ଧିରେଧିରେ ଏହାର ପ୍ରଚଳନ ବୃଦ୍ଧି ପାଇଲେ ଅର୍ଥ ମଧ୍ୟ କମ ଖର୍ଚ୍ଚ ହୋଇଥାଏ। ତେବେ ଦୁଇ ବର୍ଷ ହେଲା ଆଇନ୍‌ ଆଢ଼ୁଆଳରେ ଏମାନେ ଏହି ଚିକିତ୍ସା କରିଆସୁଥିବା କହିଛନ୍ତି ଦୁଇ ଜେନେଟିକ୍‌ ଇଞ୍ଜିନିୟର।

ତେବେ ବୁଡ୍‌ ଏମିତି ଜଣେ ରୋଗୀଙ୍କୁ ଯୁବାବସ୍ଥାକୁ ଫେରାଇଆଣିଥିବା କହିଛନ୍ତି। ପ୍ରଥମ ରୋଗୀଙ୍କ ନାଁ ଏଲିଜାବେଥ ପ୍ୟାରିସ୍‌ ଥିଲା। ସେ ବୟସାଧିକ୍ୟ କାରଣୟରୁ କଷ୍ଟ ଅନୁଭବ କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ସେ କିଛି ଚିକିତ୍ସା ଅଛି କି ଜାଣିବାକୁ ଚାହିଁଥିଲେ। ତେବେ ତାଙ୍କର ଚିକିତ୍ସା ବୁଡ୍‌ କରିଥିଲେ। ଯଦିଓ ଏହା ଆଇନ୍‌ ସମ୍ମତ ନୁହେଁ କିନ୍ତୁ ବୁଡଙ୍କୁ ସଫଳତା ମିଳିଛି। ଏବେ ଏଲିଜାବେଥଙ୍କ ରକ୍ତର ଟେଲୋମେରେସ୍‌ ଲେଭଲ୍‌ ୨୦ ବର୍ଷ ପଛରେ ଯେମିତି ଥିଲା ସେମିତି ହୋଇଯାଇଛି ବୋଲି ବୁଡ୍‌ କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି