ଖେଳ

ଜେରେଭ୍ ଜିତିଲେ ମାଡ୍ରିଡ ଓପନ୍

ମାଦ୍ରିଦ: ଇଟାଲିର ମାତିଓ ବେରେତିନିଙ୍କୁ ୬-୭(୮), ୬-୪, ୬-୩ ସେଟ୍‌ରେ ପରାସ୍ତ କରି ଜର୍ମାନିର ଆଲେଜାଣ୍ଡର ଜେରେଭ୍ ଚଳିତବର୍ଷର ମାଡ୍ରିଡ ଓପନ୍ ଟେନିସ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏହା ତାଙ୍କର ଦ୍ବିତୀୟ ମାଡ୍ରିଡ ଓପନ୍ ଟ୍ରଫି ହୋଇଥିଲା ବେଳେ ଚତୁର୍ଥ ମାଷ୍ଟର୍ସ-୧୦୦୦ ଟାଇଟଲ। ନିଜ ଫାଇନାଲ୍ ପଥରେ କ୍ଲେ କୋର୍ଟ ବିଶେଷଜ୍ଞ ତଥା ସ୍ପେନର ମହାନ ଖେଳାଳି ରଫେଲ ନାଦାଲ ଓ ଡୋମିନିକ୍ ଥିମ୍‌ଙ୍କ ଭଳି ଖେଳାଳିଙ୍କୁ ହରାଇଥିବା ଜେରେଭ୍ ପ୍ରଥମ ସେଟ୍ ହାରି ଯାଇଥିଲେ। ହେଲେ ପରବର୍ତ୍ତୀ ଦୁଇ ସେଟ୍ ଜିତି ୨୦୧୯ ମସିହା ପରଠାରୁ ପ୍ରଥମ ଥର ପାଇଁ କୌଣସି କ୍ଲେ କୋର୍ଟ ପ୍ରତିଯୋଗିତାରେ ବିଜେତା ହେବାର ଗୌରବ ହାସଲ କରିଥିଲେ। ମାନୋଲୋ ସାଣ୍ଟାନାର ଇନ୍‌ଡୋର ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଫାଇନାଲ୍ ବିଜୟକୁ ଜେରେଭ୍ ନିଜ ଘଟଣା ବହୁଳ ଖେଳ ଜୀବନର ଅନ୍ୟତମ ସ୍ମରଣୀୟ ସଫଳତା ଭାବେ ବର୍ଣ୍ଣନା କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ