ମନୋରଞ୍ଜନ

ଆପଣମାନେ ‘ରିଅଲ୍ ହିରୋ’

କରୋନା ପରି ବିଶ୍ବ ମହାମାରୀ ଏବେ ପ୍ରତିଟି ଭାରତୀୟଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସାଧାରଣ ଲୋକ ତଥା କୋଭିଡ୍ ଆକ୍ରନ୍ତଙ୍କ ପାଇଁ ଯେଉଁମାନେ ଆଗଧାଡ଼ିକୁ ଆସି ସେବା ସହାୟତା ଯୋଗାଇଦେଉଛନ୍ତି ସେମାନଙ୍କୁ କେବଳ କୃତଜ୍ଞତା ଦେବା ଛଡ଼ା ଆଉ କାହା ପାଖରେ କିଛି ନାହିଁ। ଭାରତୀୟ କ୍ରିକେଟର୍ ତଥା ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସହଧର୍ମିଣୀ ଅନୁଷ୍କା ଶର୍ମା ମଧ୍ୟ ସେହି ସମ୍ମୁଖ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ସମୟରେ ଦୁହେଁ ମିଶି କୋଭିଡ୍ ରିଲିଫ୍ କ୍ୟାମ୍ପେନ୍ ଫଣ୍ଡକୁ ପୁଣି ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ କ୍ରାଉଡ୍-ଫଣ୍ଡିଙ୍ଗ୍ ପ୍ଲାଟଫର୍ମ ‘କୋଟୋ’କୁ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।

କୋଭିଡ୍‌ର ଦ୍ବିତୀୟ ଲହର ସମୟରେ ପ୍ରପୀଡ଼ିତ ଏବଂ ଅସହାୟ ଲୋକଙ୍କ ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ‘ରିୟଲ୍ ହିରୋ’ ବୋଲି କହିଛନ୍ତି ବିରାଟ-ଅନୁଷ୍କା। କରୋନା ପ୍ରପୀଡ଼ିତଙ୍କ ପାଇଁ ଅକ୍ସିଜେନ୍, ମେଡିକାଲ ମ୍ୟାନପାୱାର, ଟିକାକରଣ ସଚେତନତା ଏବଂ ଟେଲିମେଡିସିନ୍ ବ୍ୟବସ୍ଥାରେ ନିରନ୍ତର ଭାବେ ସେବା ଦେଇ ଆସୁଥିବା ‘ଆକ୍ଟ’ ଅନୁଷ୍ଠାନକୁ ମଧ୍ୟ ସେମାନେ କୃତଜ୍ଞତା ଜଣାଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ