ସ୍ୱାସ୍ଥ୍ୟ

ଦୈନନ୍ଦିନ ଖାଦ୍ୟରେ ଏହି ସବୁ ସାମଗ୍ରୀ ଆଦୌ ବ୍ୟବହାର କରନ୍ତୁ ନାହିଁ

ଆମେ ଦୈନନ୍ଦିନ ରୋଷେଇରେ ବ୍ୟବହାର କରୁଥିବା ଏମିତି ଅନେକ ଖାଦ୍ୟ ପ୍ରସ୍ତୁତି ଉପକରଣ ରହିଛି ଯାହା ଶରୀର ପାଇଁ ଆଦୌ ସୁସ୍ଥକର ନୁହେଁ। ପ୍ରାରମ୍ଭରୁ ସେସବୁ ବ୍ୟବହାର ହେଉଥିବାର ଦେଖିଥିବା ହେତୁ ହେଉ କିମ୍ବା ନିଜେ ବ୍ୟବହାର କରିଥିବା ହେତୁ ହେଉ ସେଗୁଡ଼ିକର ଖରାପ ଗୁଣ ବିଷୟରେ ଚିନ୍ତା କରନ୍ତି ନାହିଁ। ମାତ୍ର ଏପରି ଅନେକ ଜିନିଷ ରହିଛି ଯାହାକୁ ଖାଦ୍ୟରେ ବ୍ୟବହାର କରିବା ଅନୁଚିତ।

ବଜାରରେ ମିଳୁଥିବା ଶସ୍ତା ଖୋଲା ତୈଳ ଆଦୌ ବି ଦେହ ପାଇଁ ଭଲ ହୋଇନଥାଏ। ତେଲ ପଛେ ଖୁବ କମ୍‌ ବ୍ୟବହର କରନ୍ତୁ ମାତ୍ର ଶସ୍ତା ତେଲ ରୋଷେଇରେ ବ୍ୟବହାର କରି ରୋଗକୁ ନିମନ୍ତ୍ରଣ କରନ୍ତୁ ନାହିଁ।

ପୂରା ବାହାର ଖାଇବାର ସ୍ୱାଦ ପାଇବା ପାଇଁ ଆମେ ଖାଦ୍ୟରେ ଯେଉଁ ସବୁ କ୍ରିମ୍‌ ବ୍ୟବହାର କରିଥାନ୍ତି ତାହା ଦେହ ପାଇଁ ନିହାତି ଅସୁସ୍ଥକର। ପାରୁଛନ୍ତି ଯଦି ସେହି କ୍ରିମ୍‌ ବ୍ୟବହାର କରିବା ଛାଡ଼ି ଦିଅନ୍ତୁ।
ଖାଦ୍ୟର ରଂଗ ଭଲ କରିବା ପାଇଁ ଆଜିକାଳି ବଜାରରେ ନାନା ପ୍ରକାରର ଫୁଡ୍‌ କଲରିଂ ଉପଲବ୍ଧ ହେଉଛି। ମାତ୍ର ମନେ ରଖନ୍ତୁ ତାହା ଦେହ ପାଇଁ ଆଦୌ ସୁସ୍ଥକର ନୁହେଁ।

ଆଖିକୁ ଭଲ ଦିଶିଥାଏ ବୋଲି ଆମେ ଅଧିକାଂଶ ସମୟରେ ଧଳା ଚାଉଳ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ମନେ ରଖନ୍ତୁ ଧୂଷର ରଂଗର ଚାଉଳ ଦେହ ପାଇଁ ଭଲ ହୋଇଥାଏ।

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅଧିକାଂଶ ଖାଦ୍ୟରେ ଚିନି ବ୍ୟବହାର କରିଥାନ୍ତି। ମାତ୍ର ଯେତେ ପାରୁଛନ୍ତି ଏହାକୁ କମ୍‌ ବ୍ୟବହାର କରନ୍ତୁ। ଏହା ଦେହ ଖରାପ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।