ମନୋରଞ୍ଜନ

ନିଆରା ଢଙ୍ଗରେ ମାତୃଦିବସର ଶୁଭେଚ୍ଛା ଜଣାଇଲେ ବିଗ୍ ବି’

ଅନ୍ତର୍ଜାତୀୟ ମାତୃଦିବସ ଉପଲକ୍ଷେ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାରମାନେ ମାତୃ ଦିବସର ଅଭିନନ୍ଦନ ବାର୍ତ୍ତା ନିଆରା ଢଙ୍ଗରେ ସେୟାର୍ କରୁଥିବା ବେଳେ ବଲିଉଡ୍‌ର ବିଗ୍ ବି’ ଅମିତାଭ ବଚ୍ଚନ ଏକ ସୁନ୍ଦର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ଭିଡିଓରେ ଏକ ମା’ ପକ୍ଷୀ କିଭଳି ନିଜ ଜୀବନକୁ ବାଜି ଲଗାଇ ଛୁଆକୁ ଜଗି ରହିଛି, ତା’ର ଦୃଶ୍ୟ ଦେଖିବାକୁ ମିଳିଛି। ପକ୍ଷୀଟି ଏକ ପଡ଼ିଆରେ ନିଜ ଅଣ୍ଡାକୁ ଜଗିଛି। ଏହି ସମୟରେ ଏକ ଜେସିବି ଅଣ୍ଡା ଉପରେ ଚଢ଼ିବାକୁ ଯାଉଥିବା ବେଳେ ମା’ ପକ୍ଷୀ ନିଜ ଡେଣା ସାହାଯ୍ୟରେ ଅଣ୍ଡାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। ଜେସିବି ତା’ ଉପରେ ଚଢ଼ିଯିବ ଜାଣି ସୁଦ୍ଧା ପକ୍ଷୀଟି ତା’ ଅଣ୍ଡାକୁ ଛାଡ଼ି ଯାଉନଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ସେୟାର କରି ଅମିତାଭ୍ କ୍ୟାପସନ୍‌ରେ ପ୍ରତିଟି ମା’ର ସଂଘର୍ଷ କଥା କହିଛନ୍ତି। ଏହାସହ ଗୋଟେ ଦିନ ନୁହେଁ, ସବୁ ଦିନକୁ ମାତୃଦିବସ ଭାବେ ପାଳନ କରିବାକୁ ସେ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ