ଖେଳ

ସିଏସ୍‌କେ ଦାନ କଲା ୪୫୦ ଅମ୍ଳଜାନ କନସେନ୍‌ଟ୍ରେଟର

ଚେନ୍ନାଇ: ତାମିଲନାଡୁରେ କରୋନା ଲଢ଼େଇ ଲାଗି ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୪୫୦ଟି ଅମ୍ଳଜାନ କନସେନଟ୍ରେଟର ଦାନ କରିଛି। ସିଏସ୍‌କେ କ୍ରିକେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଆର ଶ୍ରୀନିବାସନ୍ ଏହି କନସେନ୍‌ଟ୍ରେଟରଗୁଡ଼ିକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ତାମିଲନାଡୁ କ୍ରିକେଟ୍ ସଂଘର ସଭାପତି ରୁପା ଗୁରୁନାଥ ମଧ୍ୟ ଉପସ୍ଥିତ ଥିଲେ। ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଭୂମିକା ଟ୍ରଷ୍ଟ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଆମେ ଏହି କନସେନଟ୍ରେଟରଗୁଡ଼ିକୁ ସଂଗ୍ରହ କରିଛୁ। ଏଗୁଡ଼ିକ କରୋନା ସଂକ୍ରମିତଙ୍କ ପାଇଁ ଉପଯୋଗ ହେବ। ସିଏସ୍‌କେ ଖେଳାଳିମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରିବା ଆରମ୍ଭ କରି ଦେଇଛନ୍ତି। ଏହି ମହାମାରୀ ବିରୋଧରେ ସମସ୍ତେ ଏକାଠି ହେବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶି ବିଶ୍ବନାଥ ଆହ୍ବାନ କରିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ