କଳା ଓ ସଂସ୍କୃତି ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ବର: ଶ୍ରେଷ୍ଠ ସାହିତ୍ୟ କୃତୀ ପାଇଁ ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ଦିଆଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୦୧୭ରେ ଫ୍ରେଣ୍ଡ୍‌ସ ପବ୍ଲିସର୍ସ ଦ୍ବାରା ପ୍ରକାଶିତ ଶ୍ରୀ ନାୟକଙ୍କ କବିତା ପୁସ୍ତକ ‘ସେତେବେଳେ ନଥିବି’ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ୪୧ତମ ଶାରଳା ପୁରସ୍କାର ପ୍ରଦାନ ପାଇଁ ଏକ ସଂକ୍ଷିପ୍ତ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ଶ୍ରୀ ନାୟକଙ୍କୁ ଉତ୍ତରୀୟ, ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଚିତ୍ରକଳା ପାଇଁ ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଓ ସଙ୍ଗୀତ ପାଇଁ ବିଶିଷ୍ଟ ସଙ୍ଗୀତଜ୍ଞ ରଞ୍ଜିତ କୁମାର ନାଗଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ମାନପତ୍ର ଓ ଫଳକ ସହ ଦେଢ଼ଲକ୍ଷ ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ୍(ଇମ୍ପାକ୍ଟ)ର ଟ୍ରଷ୍ଟି ପାରମିତା ପଣ୍ଡା କହିଥିଲେ ଯେ, ଚଳିତ ବର୍ଷ କାର୍ଯ୍ୟକ୍ରମରେ କୌଣସି ସଭାମଞ୍ଚ ନାହିଁ କି ପୁରସ୍କାର ପ୍ରଦାନ ପାଇଁ ନିମନ୍ତ୍ରିତ ଅତିଥି ନାହାନ୍ତି। ମାତ୍ର ସାହିତ୍ୟ ଓ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆମେ ଯେଉଁ ତିନିଜଣ ସୁଖ୍ୟାତ ପ୍ରତିଭାଙ୍କୁ ଏଥର ପୁରସ୍କୃତ କରୁଛୁ, ସେମାନେ ହିଁ ଆମ ପାଇଁ ବରେଣ୍ୟ ଅତିଥି। ତେବେ ୧୯୮୦ ମସିହାରୁ ଶିଳ୍ପପତି ସ୍ବର୍ଗତ ବଂଶୀଧର ପଣ୍ଡା ଓ ସ୍ବର୍ଗତା ଇଲା ପଣ୍ଡାଙ୍କ ଦ୍ବାରା ପ୍ରତିଷ୍ଠିତ ଓ ଇମ୍ଫା ଦ୍ବାରା ପରିଚାଳିତ ଇମ୍ପାକ୍ଟ୍ ଆନୁକୂଲ୍ୟରେ ଶାରଳା ପୁରସ୍କାର ପ୍ରତି ବର୍ଷ ପ୍ରଦାନ କରାଯାଉଛି। ସେହିଭଳି ଇମ୍ପାକ୍ଟ୍ ପକ୍ଷରୁ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଯୁବ କ୍ରୀଡ଼ାବିତ୍‌ଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି