ଖେଳ

ଧୋନିଙ୍କ ଘରେ ନୂଆ ଅତିଥି

: ଜୀବଜନ୍ତୁଙ୍କ ପ୍ରତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଲ ପାଇବା କାହାକୁ ଅଛପା ନାହିଁ। ଧୋନି ଏବେ ନିଜ ଫାର୍ମ ହାଉସ୍‌ରେ ଆଉ ଜଣେ ନିଆରା ଅତିଥିଙ୍କୁ ସ୍ବାଗତ କରିଛନ୍ତି। ଏହି ଅତିଥିଙ୍କ ନାଁ ସେ ଚେତକ ରଖିଛନ୍ତି। ଚେତକ ହେଉଛି ଏକ କଳା ରଙ୍ଗର ଘୋଡ଼ା। ଯିଏ ଧୋନିଙ୍କ ଫାର୍ମ ହାଉସ୍‌ରେ ଥିବା ବେଲଜିଆନ୍ ବ୍ରିଡ୍‌ର କୁକୁର ସହ ଭେଟି ଏବେ ବେଶ୍ ଖୁସି ଅଛି। ଏହି ଦୁଇ ଜଣଙ୍କ ଛଡ଼ା ଧୋନିଙ୍କ ଫାର୍ମ ହାଉସ୍‌ରେ ଲିଲି, ଗବ୍ବର ଓ ଜୋୟା ନାମରେ ତିନିଟି କୁକୁର ମଧ୍ୟ ଅଛନ୍ତି।

ଏମାନଙ୍କୁ ଧୋନି, ପତ୍ନୀ ସାକ୍ଷୀ ଓ ଝିଅ ଜିଭା ବେଶ୍ ସ୍ନେହ କରନ୍ତି। ଚେତକକୁ ନେଇ କରିଥିବା ଏକାଧିକ ଭିଡିଓ ବି ସାକ୍ଷୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଚେତକର ଭିଡିଓ ପ୍ରକାଶ କରି ‘‘ଚେତକ ତୁମକୁ ଆମ ଘରକୁ ସ୍ବାଗତ’’ ବୋଲି ମଧ୍ୟ ସାକ୍ଷୀ ଲେଖିଛନ୍ତି। ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ସାଥୀ ରବୀନ୍ଦ୍ର ଜାଦେଜା ମଧ୍ୟ ଜାମନଗରସ୍ଥିତ ନିଜ ଫାର୍ମ ହାଉସରେ ଚାରିଟି ସୁନ୍ଦର ଘୋଡ଼ା ରଖିଛନ୍ତି। ଘୋଡ଼ା ଚଢ଼ୁଥିବାର ଅନେକ ଭିଡିଓ ବି ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ