ଖେଳ

ସ୍ପାନିସ୍‌ ଗ୍ରାଁପ୍ରି ଜିତିଲେ ହାମିଲଟନ୍‌: ୧୦୦ ପୋଲ୍‌ ପୋଜିସନ୍‌ ପାଇବାରେ ହାମିଲଟନ୍‌ ପ୍ରଥମ ଫର୍ମୁଲା ୱାନ୍‌ ଚାଳକ

ମଣ୍ଟମେଲୋ: ଫର୍ମୁଲା ୱାନ୍‌ରେ ୭ ଥର ବିଶ୍ବ ବିଜେତା ଲୁଇସ୍‌ ହାମିଲଟନ୍‌ ରବିବାର ସ୍ପାନିସ୍‌ ଗ୍ରାଁପ୍ରି ଜିତି ନେଇଛନ୍ତି। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଏବଂ ନିଜ ମର୍ସିଡେଜ୍‌ ସାଥୀ ଭାଲ୍‌ଟେରି ବୋଟ୍ଟାସ୍‌ଙ୍କୁ ପଛରେ ପକାଇ ସେ ପୋଡିୟମ୍‌ରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଏହା ହାମିଲଟନ୍‌ଙ୍କ ମୋଟ ଉପରେ ୯୮ତମ କ୍ୟାରିୟର ବିଜୟ ରହିଥିଲା ବେଳେ ଶେଷ ୪ ରେସ୍‌ରୁ ତୃତୀୟ ବିଜୟ। ପୁଣି ଲଗାତାର ପଞ୍ଚବ ଥର ସ୍ପାନିସ୍‌ ଗ୍ରାଁପ୍ରି ମୁକୁଟ କରାୟତ୍ତ କଲେ। ଫେରାରିର ଚାର୍ଲସ ଲେକ୍‌ରେକ୍‌, ରେଡ୍‌ବୁଲ୍‌ର ସର୍ଗିଓ ପେରେଜ୍‌, ମ୍ୟାକ୍‌‌ଲରେନ୍‌ର ଡାନିଏଲ୍‌ ରିକାର୍ଡୋ, ଫେରାରିର କାର୍ଲୋସ୍‌ ସେଞ୍ଜ୍‌, ମ୍ୟାକ୍‌ଲରେନ୍‌ସର ସାଣ୍ଡୋ ନୋରିସ୍, ଅଲ୍‌ପାଇନ୍‌ର ଇଷ୍ଟେବାନ ଓକୋନ ଏବଂ ଆଲ୍‌ଫା ତୌରିର ପିଏରେ ଗାସ୍‌ଲେ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହି ରେସ୍‌ ଶେଷ କରିଥିଲେ।

ସ୍ପାନିସ୍‌ ଗ୍ରାଁପ୍ରିରେ ଏହି ମର୍ସିଡେଜ୍‌ ଚାଳକ ବ୍ୟକ୍ତିଗତ ୧୦୦ତମ ପୋଲ୍‌ ପୋଜିସନ୍‌ ପାଇ ବିଶ୍ବ କୀର୍ତ୍ତିମାନ ରଚିଥିଲେ। ଯାହାକି ୧୦୦ ପୋଲ୍‌ ପୋଜିସନ୍‌ ପାଇବାରେ ହାମିଲଟନ୍‌ ପ୍ରଥମ ଫର୍ମୁଲା ୱାନ୍‌ ଚାଳକ ହେବାର ଗୌରବ ବହନ କରିଥିଲେ। ୩୬ ବର୍ଷ ବୟସ୍କ ହାମିଲଟନ୍‌ଙ୍କ ପଛକୁ ସର୍ବକାଳୀନ ତାଲିକାରେ ଅବସରପ୍ରାପ୍ତ ଫେରାରି ମହାନ୍‌ ତଥା ୭ ଥର ବିଶ୍ବ ବିାଜତା ମାଇକେଲ ସୁମାକର (୬୮) ଦ୍ବିତୀୟରେ ରହିଛନ୍ତି। ୧୦୦ ପୋଲ୍‌ ପୋଜିସନ୍‌ ପରେ କୀର୍ତ୍ତିମାନଭରା ୯୮ତମ କ୍ୟାରିୟର ବିଜୟ ହାସଲ କରିଥିବାରୁ ମୁଁ ଗୌରବ ଅନୁଭବ କରୁଛି ବୋଲି ହାମିଲଟନ୍‌ କହିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ