ଖେଳ

ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ : ଦୀର୍ଘ ଦିନ ଧରି ଟେଷ୍ଟ ଦଳରେ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ ୯/୫ : ଜୁନରେ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୨୦ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଫିଟନେସ୍ ସମସ୍ୟାରେ ପାସ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ଏବଂ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ପକ୍କ ହୋଇଛି ।

ତେବେ ଟିମରେ ସ୍ଥାନ ପାଇନଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଦଳରେ ହାର୍ଦ୍ଦିକଙ୍କୁ ସ୍ଥାନ ନମିଳିବା କଥା ପୂର୍ବତନ ଓପନର୍ ତଥା ସମୀକ୍ଷକ ଆକାଶ ଚୋପ୍ରାଙ୍କୁ ପସନ୍ଦ ଆସିନି । ଆକାଶ ପୂର୍ବାନୁମାନ କରିଛନ୍ତି ଯେ ବର୍ତ୍ତମାନ ଏହା ହୋଇପାରେ ଯେ ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟେଷ୍ଟ ଦଳରେ ନଜର ନ ଆସିପାରନ୍ତି । ଆକାଶ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ‘ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଅନ୍ତିମ ମ୍ୟାଚ୍‌ ପାଇଁ ହାର୍ଦ୍ଦିକଙ୍କୁ ଚୟନ ନକରିବା ଠିକ । କିନ୍ତୁ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍‌ ଟେଷ୍ଟ ସିରିଜ୍‌ ପାଇଁ ସେ ଦଳରେ ସ୍ଥାନ ଦେବା ଜରୁରୀ ଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ