ମନୋରଞ୍ଜନ

ମ୍ୟୁଜିକାଲ୍ ଆଲବମ୍ ‘ତୁ ଥା ଯେତେ ଦୂରେ’

ଫରଚ୍ୟୁନ୍ ମିଡିଆ ହାଉସ୍ ନିବେଦିତ ମ୍ୟୁଜିକାଲ୍ ଆଲବମ୍ ‘ତୁ ଥା ଯେତେ ଦୂରେ’ ମୁକ୍ତିଲାଭ କରିଛି। ଏହି ଗୀତର ମୁଖୁଡ଼ା ଲାଇନ୍ ରହିଛି ‘ତୁ ଥା ଯେତେ ଦୂରେ ମୁଁ ମନେ ପଡ଼ିବି, ତୁ କହୁନୁ କେମିତି ତୋ ବିନା ଏମିତି, ମୁଁ ରହିପାରିବି। ମୁଁ ଦେଖା କରିବାକୁ କହ କେବେ ଆସିବି, ତତେ ନ ଦେଖିଲେ ଥରେ ମୁଁ ମରିଯାଇପାରେ, କହ କୁଆଡ଼େ ଯିବି।’ ଏଇ ଗୀତରେ ଯୁଗ୍ମ ଭାବେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସା‌ଗର ଓ ଜ୍ୟୋତିର୍ମୟୀ। ଗୀତଦୃଶ୍ୟର ନାୟକ ପୁପୁନ୍ ଏବଂ ଦୁଇ ନାୟିକା ଭୂମିକାରେ ଅଛନ୍ତି ଇପ୍‌ସିତା ଆଶ୍ରିତା ଏବଂ ସୁଶ୍ରୀ। ‘ତୁ ଥା ଯେତେ ଦୂରେ’ ମ୍ୟୁଜିକାଲ୍ ଆଲବମ୍‌ର ଚିତ୍ରନାଟ୍ୟ ପ୍ରସ୍ତୁତ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବାପି ଦାସ ଏବଂ ସମ୍ପାଦନା କରିଛନ୍ତି ସୌମ୍ୟଶୋଭନ ନାୟକ। ଗୀତଟି ୟୁ-ଟ୍ୟୁବ୍‌କୁ ଆସିବା ପରେ ହଜାର ହଜାର ଶ୍ରୋତା ଏହାକୁ ପସନ୍ଦ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ