ଖେଳ

ଗୋଶାଳାରେ ଚାଲିଛି କୋଭିଡ୍ ସେଣ୍ଟର, ଆକ୍ରାନ୍ତଙ୍କୁ ଦିଆଯାଉଛି ଗୋମୁତ୍ର ଓ ଦୁଗ୍ଧରେ ତିଆରି ଔଷଧ

ଅହମ୍ମଦାବାଦ,୦୯/୦୫: ଗୋଶାଳାରେ କୋଭିଡ୍ ସେଣ୍ଟର । ଆକ୍ରାନ୍ତଙ୍କୁ ଦିଆଯାଉଛି ଦୁଗ୍ଧ ଓ ଗୋମୁତ୍ରରୁ ତିଆରି ଔଷଧ । ଗୁଜୁରାଟର ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଏଠାରେ କରୋନାରେ ପୀଡିତ ସେହି ରୋଗୀଙ୍କ ଚିକିତ୍ସା କରାଯାଉଛି, ଯେଉଁମାନଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥାଏ । ଏହି ସେଣ୍ଟରର ନାଁ ଦିଆଯାଇଛି ବେଦାଲକ୍ଷଣ ପଞ୍ଚଗତ୍ୱ ଆୟୁର୍ବେଦ କୋଭିଡ୍ ଆଇସୋଲେସନ ସେଣ୍ଟର । ଏବେ ଏଠାରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ଏକ ଜାତୀୟ ଇଂରାଜୀ ଖବର କାଗଜ ସହ ଆଲୋଚନା କରି ଗୋଶାଳାର କୋଷଧ୍ୟକ୍ଷ ମୋହନ ଯାଦବ କହିଛନ୍ତି ଯେ, କରୋନା ପଜିଟିଭ୍ ଆସିଥିବା ରୋଗୀଙ୍କୁ ଏଠାକୁ ଅଣାଯାଉଛି । ଏହାକୁ ମେ ୫ ତାରିଖରେ ଆରମ୍ଭ କରାଯାଇଥିଲା । ଦିସା ତାଲୁକା ଗ୍ରାମର ୭ ଆକ୍ରାନ୍ତଙ୍କୁ ଏଠାରେ ଭର୍ତ୍ତି କରାଯାଇଛି । ୮ଟି ଆୟୁର୍ବେଦିକ ଔଷଧରେ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି । ଏହାକୁ କ୍ଷୀର ଓ ଗୋମୁତ୍ରରୁ ପ୍ରସ୍ତୁତ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁ ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି ସେମାନଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ସେମାନେ ଗୋତୀର୍ଥର ଉପଯୋଗ କରୁଛନ୍ତି । ଯାହା ବିଭିନ୍ନ ଚେରମୂଳି ଓ ଗୋମୁତ୍ରରୁ ପ୍ରସ୍ତୁତ ହୋଇଛି । ଏକ ଚବନପ୍ରାସ୍ ମଧ୍ୟ ରହିଛି ଯାହା ଗୋଦୁଗ୍ଧରୁ ପ୍ରସ୍ତୁତ । ଏହା ବ୍ୟତୀତ ଏମବିବିଏସ ଡାକ୍ତରଙ୍କର ମଧ୍ୟ ପରାମର୍ଶ ନିଆଯାଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗୁଜୁରାଟରେ ୧୦ ହଜାରରୁ ଅଧିକ କୋଭିଡ୍ ସେଣ୍ଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ବେଡ୍ ରହିଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ