ଖେଳ

ଜୈବ ବଳୟ ଉଲ୍ଲଂଘନର କାରଣ କହିବା କଷ୍ଟକର: ଗାଙ୍ଗୁଲି

କୋଲ୍‌କାତା: ଆଇପିଏଲ୍-୨୦୨୧ ଅଧାରୁ ବନ୍ଦ ହେବା ଏବଂ ବିସିସିଆଇ ଦାବି କରୁଥିବା ଅଭେଦ୍ୟ ଜୈବ ବଳୟ ଅକାଳରେ ଭୁଶୁଡ଼ି ପଡ଼ିବା ନେଇ ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। ଜୈବ ବଳୟ କେମିତି ଏବଂ କିଭଳି ଭାବେ ଉଲ୍ଲଂଘନ ହେଲା ତାହା କହିବା ଅତ୍ୟନ୍ତ କଷ୍ଟକର ବୋଲି ଗୁରୁବାର ଦେଇଥିବା ଏକ ଭର୍ଚୁଆଲ ସାକ୍ଷାତକାର ଅବସରରେ ‌କହିଛନ୍ତି ‌ଗାଙ୍ଗୁଲି। ସେପଟେ ଜୈବ ବଳୟ ଆଦୌ ଉଲ୍ଲଂଘନ ହୋଇନଥିବା ବିସିସିଆଇର ଆଉ ଜଣେ ବରିଷ୍ଠ ଅଧିକାରୀ ଦାବି କରିଥିଲା ବେଳେ ଏତେଜଣ ଖେଳାଳି କିଭଳି ଓ କେମିତି କରୋନା ସଂକ୍ରମିତ ହେଲେ, ସେଥିନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ ମଧ୍ୟ ଗାଙ୍ଗୁଲିଙ୍କ ସହ ଏକମତ ହୋଇଛନ୍ତି।

ଏବର୍ଷ ଆଇପିଏଲ୍‌ର ଭବିଷ୍ୟତ ସଂପର୍କରେ ସ୍ପଷ୍ଟ ମତାମତ ଦେବାକୁ ଯାଇ ଗାଙ୍ଗୁଲି ଆହୁରି କହିଛନ୍ତି ଯେ ଆଇପିଏଲ୍‌କୁ ପୁନର୍ବାର ଆରମ୍ଭ କରିବା ଲାଗି ଚଳିତ ବର୍ଷ ଆଉ ସମୟ ମିଳିବ କି ନାହିଁ, ସେକଥା ଏବେ କହିବା ବି ସହଜ ନୁହେଁ। ପୂର୍ବରୁ ଆମେ ଆଇପିଏଲ୍‌କୁ ୟୁଏଇରେ କରିବାକୁ ଆଲୋଚନା ଆରମ୍ଭ କରିଦେଇଥିଲୁ। ହେଲେ ଭାରତରେ କରୋନା ସଂକ୍ରମଣ ମାମଲା ନଗଣ୍ୟ ଥିବାରୁ ଘରୋଇ ପରିବେଶରେ ଆୟୋଜନ କରିବାକୁ ଶେଷରେ ନିଷ୍ପତ୍ତି ନେଇଥିଲୁ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ