ମନୋରଞ୍ଜନ

ଓସ୍କାର ଦୌଡ଼ରେ ‘କର୍ମ’

ଓସ୍କାର ପାଇଁ ରଣବୀର କପୁର ଅଭିନୀତ ଫିଲ୍ମ ‘କର୍ମ’ ମନୋନୀତ ହୋଇଛି। ମାତ୍ର ୨୬ ମିନିଟ୍ ଅବଧିର ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବର୍ଷୀୟାନ୍ ନିର୍ମାତା-ନିର୍ଦ୍ଦେଶକ ବି.ଆର୍. ଚୋପ୍ରାଙ୍କ ନାତି ଅଭୟ ଚୋପ୍ରା। ଚଳଚ୍ଚିତ୍ରଟି ଆଜି ବାନ୍ଦ୍ରା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଇଛି। ଏହାର କାହାଣୀ ଭାରତୀୟ ସମ୍ବିଧାନରେ ଥିବା ଅପରାଧିକ ମୃତ୍ୟୁଦଣ୍ଡ ଉପରେ ପର୍ଯ୍ୟବସିତ। ହେଲେ କାରଗାରର ଜେଲର ନିଜ ପୁଅ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହେବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଚଳଚ୍ଚିତ୍ର ‘କର୍ମ’ରେ ରଣବୀର କପୁର ଅପରାଧୀ ଭୂମିକାରେ ଥିବାବେଳେ ‘ଗୁଲାମ’ ଓ ‘ବଜରଙ୍ଗୀ ଭାଇଜାନ୍’ ଫେମ୍ ଶରତ ସକ୍ସେନା ଜେଲର୍ ଭୂମିକାରେ ଅଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ମିଲିନ୍ଦ ଯୋଶୀ ଓ ସୁଶୋଭନ ବାନାର୍ଜୀ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛନ୍ତି।

ନିର୍ଦ୍ଦେଶକ ଅଭୟ କହିଛନ୍ତି, ଦେଶର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲରେ ପ୍ରତିଦିନ ଏଭଳି ମତ୍ୟୁଦଣ୍ଡକୁ ନେଇ ପ୍ରାଇମ୍ ଟାଇମ୍ ଡିବେଟ୍ ଦେଖିବାକୁ ମିଳୁଛି। ଅପରାଧ, ଅପରାଧୀ ଏବଂ ତା’ ପାଇଁ ପ୍ରୟୋଗ କରାଯାଉଥିବା ଆଇନ୍ ଅନୁମୋଦିତ ଦଣ୍ଡବିଧାନକୁ ନେଇ ନାନାପ୍ରକାର ଯୁକ୍ତି ଉପସ୍ଥାପିତ ହେଉଛି। ଅନେକ ଘଟଣା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଧନଞ୍ଜୟ ଚାଟାର୍ଜୀଙ୍କୁ ହେଇଥିବା ଫାଶୀଦଣ୍ଡ ଗଣମାଧ୍ୟମରେ ଏକ ବିତର୍କିତ ଘଟଣା ଥିଲା ବୋଲି ଅଭୟ କହିଛନ୍ତି। ସବୁଠୁ ବଡ଼କଥା ହେଉଛି ରଣବୀର କପୁରଙ୍କ ବାସ୍ତବ ଅଭିନୟ ଏହି ଚଳଚ୍ଚିତ୍ରକୁ ମଜବୁତ କରିଛି। ଏହି ଚଳଚ୍ଚିତ୍ରଟି ଷ୍ଟୁଡେଣ୍ଟ ଓସ୍କାରରେ ମଧ୍ୟ ନାମାଙ୍କିତ ହେଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ