ଘରେ କିମ୍ବା ଅଫିସରେ ମାଛ ଆକ୍ବରିୟମ୍ ରଖିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍। ଏହାକୁ ଯଦି ଠିକ୍ ସ୍ଥାନ ଏବଂ ଦିଗରେ ରଖାଯିବ ତେବେ ଏହା ପରିବାର ଲୋକଙ୍କ ଖୁସିର କାରଣ ହୋଇପାରେ। ଆକ୍ବରିୟମ୍ ଭିତରେ ବୋହୁଥିବା ପାଣିର ଶବ୍ଦ ଘରେ ସକରାତ୍ମକ ଶକ୍ତିର ପ୍ରବାହ ଏବଂ ଖୁସିକୁ ମଧ୍ୟ ବଢ଼ାଇଥାଏ।
• ଆକ୍ବରିୟମକୁ ପୂର୍ବ,ଉତ୍ତର ଏବଂ ପୂର୍ବ-ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ। ଘରର ଉତ୍ତର ଭାଗ କ୍ୟାରିୟରର ପ୍ରତିନିଧିତ୍ବ କରିଥାଏ ଏବଂ ପୂର୍ବ ଭାଗ ସୁଖକୁ ଦର୍ଶାଇଥାଏ।
• ଦାମ୍ପତ୍ୟ ଜୀବନରେ ପାରସ୍ପରିକ ପ୍ରେମ ବଜାୟ ରଖିବା ପାଇଁ ଏହାକୁ ମୁଖ୍ୟ ଦ୍ବାରର ବାମ ପାର୍ଶ୍ବରେ ରଖିବା ଉଚିତ୍। ତେଣୁ ଏହାକୁ ଡାହାଣ ପାର୍ଶ୍ବରେ ରଖିବା ଦ୍ବାରା ଘରର ପୁରୁଷଙ୍କ ମନ ଚଞ୍ଚଳ ହୋଇଥାଏ।
• ମାଛ ଆକ୍ବରିୟମକୁ ରୋଷେଇ ଘର କିମ୍ବା ବେଡରୁମରେ ରଖିବା ଅନୁଚିତ୍। ଏହି ସ୍ଥାନରେ ଆକ୍ବରିୟମ୍ ରଖିବା ଦ୍ବାରା ନକରାତ୍ମକ ଶକ୍ତି ବ୍ୟାପିଥାଏ।
• ଆକ୍ବରିୟମ୍ ଭିତରେ ସମସ୍ତ ୫ଟି ତତ୍ତ୍ବ ସନ୍ତୁଳନ ସହ ରହିଛି। ଯେତେବେଳେ ଏହି ୫ଟି ତତ୍ତ୍ବ ପରସ୍ପର ସହ ମିଶିଥାଏ ତେବେ ଏହି ଶକ୍ତିକୁ ପ୍ରବାହିତ କରିଥାଏ।
• ଆକ୍ବରିୟମ୍ ଭିତରେ ଏକ କଳା ମାଛ ଏବଂ ୮-୯ଟି ନାରଙ୍ଗୀ ମାଛ ରହିବା ଉଚିତ୍।
• ଆକ୍ବରିୟମର କୌଣସି ମାଛ ମରିଯାଇଥିଲେ ଏହାକୁ ଶୀଘ୍ର ହଟାଇ ତାହା ସ୍ଥାନରେ ନୂଆ ମାଛକୁ ଫିଶ ଟ୍ୟାଙ୍କରେ ପକାନ୍ତୁ।

