ଖେଳ

ଆଇପିଏଲ୍‌ ସ୍ଥଗିତ ପରେ ଟି-୨୦ ବିଶ୍ବକପ୍‌ ୟୁଏଇରେ ହେବା ସମ୍ଭାବନା ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ୟୁଏଇରେ ଆୟୋଜନ ହେବା ସମ୍ଭାବନା ଅଧିକ ଦେଖାଦେଇଛି। ହେଲେ ଚୂଡ଼ାନ୍ତ ‌ନିଷ୍ପତ୍ତି ଚଳିତ ମାସରେ ନିଆଯାଇପାରେ। କରୋନା ଯୋଗୁଁ ଚଳିତ ବର୍ଷ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏଥିସହ କରୋନାର ତୃତୀୟ ତରଙ୍ଗ ନଭେମ୍ବରରେ ପୁଣି ଫେରିବା ସମ୍ଭାବନା ରହିଛି। ଏସବୁକୁ ଦେଖି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥୁବା ଦଳଗୁଡ଼ିକ ଭାରତ ଆସିବା ଲାଗି ମନ କରିବେନି। ଭାରତ କିନ୍ତୁ ଜୈବ ବଳୟ ପରିବେଶରେ ୯ଟି ଷ୍ଟାଡିୟମରେ ଏହି ୧୬ ଦେଶୀୟ ପ୍ରତିଯୋଗିତା ଆୟୋଜନ ଲାଗି ଜୋର୍‌ଦାର୍‌ ପ୍ରସ୍ତୁତ ଚଳାଇଥିଲା। ହେଲେ ଚୂଡ଼ାନ୍ତ ହୋଇନଥିଲା। କିନ୍ତୁ ଚଳିତ ବର୍ଷର ଆଇପିଏଲ୍‌ ‌୪ ସପ୍ତାହ ଖେଳାଯିବା ପରେ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଛି। ଏସବୁ ଦେଖିଲେ ସୁରକ୍ଷା ଦୃଷ୍ଟିରୁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଭାରତରେ ଆୟୋଜନ ସମ୍ଭାବନା କମ୍‌ ଲାଗୁଛି। ‌ବିସିସିଆଇ ଏହି ପ୍ରତିଯୋଗିତା ଭାରତ ବଦଳରେ ୟୁଏଇରେ କରିବା ଲାଗି ଯୋଜନା ଚଳାଇଛି। ଏଥିରେ ମଧ୍ୟ ବିସିସିଆଇର ବହୁ ସଦସ୍ୟଙ୍କ ସହମତି ରହିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ